ରାମାନନ୍ଦ ସାଗରଙ୍କ ଅଣନାତୁଣୀ ସାକ୍ଷୀ ଚୋପ୍ରା ସେୟାର କଲେ ନିଜର ନ୍ୟୁଡ ଫଟୋ : ଭାଇରାଲ

ମୁମ୍ବାଇ ୧୩/୭: ରାମାନନ୍ଦ ସାଗରଙ୍କ ଅଣନାତୁଣୀ ସାକ୍ଷୀ ଚୋପ୍ରା ଏବେ ସୋଶିଆଲ ମିଡିଆରେ ନିଜ ହଟ୍ ଫଟୋ ସେୟାର କରୁଛନ୍ତି। ଏଥିପାଇଁ ସେ ଚର୍ଚ୍ଚାରେ ଅଛନ୍ତି।

ସାକ୍ଷୀ ସେଲଫି ନେବାବେଳେ ନିଜର ନ୍ୟୁଡ ଫଟୋ ସେୟାର କରିଛନ୍ତି। ଏହା ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ସେ ବିନା ପୋଷାକରେ ସେଲଫି ନେଉଛନ୍ତି।

ଫ୍ୟାନଙ୍କ ଗହଣରେ ପୁଣି ଥରେ ସାକ୍ଷୀଙ୍କ ଏହି ଅନ୍ଦାଜ ନଜର ଆସିଛି। ସେ ସବୁବେଳେ ନିଜର ଇନଷ୍ଟାଗ୍ରାମରେ ଏହିଭଳି ଫଟୋ ସେୟାର କରୁଥାଆନ୍ତି।

ସାକ୍ଷୀଙ୍କ ନ୍ୟୁଡ ଫଟୋରେ ୩୬ହଜାରରୁ ଅଧିକ ଲାଇକ୍ ଆସି ସାରିଛି। ସାକ୍ଷୀ ଅନେକ ଥର ଟପଲେସ୍ ଫଟୋ ସେୟାର କରି ସୋଶିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି।

ସାକ୍ଷୀ ସୋଶିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି।

ଇନଷ୍ଟାଗ୍ରାମରେ ସାକ୍ଷୀଙ୍କ ୫ଲକ୍ଷ ୩୫ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ସାକ୍ଷୀଙ୍କ ୟୁଟୁବ ଚ୍ୟାନେଲ ମଧ୍ୟ ଅଛି। ଫ୍ୟାନମାନେ ଆଶା କରିଛନ୍ତି ଯେ ସାକ୍ଷୀ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ।
710 Views