ରମଣ ମାଗାସେସ୍‌ ପୁରସ୍କାର ଘୋଷଣା

Published By : Prameya-News7 Bureau | July 26, 2018 IST

ସମ୍ମାନଜନକ ରମଣ ମାଗାସେସ୍ ପୁରସ୍କାର ପାଇବାକୁ ଦୁଇ ଭାରତୀୟ ମନୋନୀତ । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାମନ ରଖିଥିବା ଏହି ଦୁଇ ଭାରତୀୟ ହେଲେ ଡକ୍ଟର ଭାରତ ଭଟ୍ଟୱାନି ଏବଂ ସୋନମ ୱାଙ୍ଗଚୁକ୍ । ଏମାନଙ୍କ ବ୍ୟତିତ ଆନ୍ୟ ୪ ଜଣ ମଧ୍ୟ ଏସୀୟ ନୋବେଲ କୁହାଯାଉଥିବା ୨୦୧୮ ରମଣ ମାଗାସେସ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।ଭାରତୀୟ ସମାଜସେବୀ ତଥା ଚିକିତ୍ସକ ଭାରତ ଭଟ୍ଟୱାନି ଫୁଟପାଥରେ ବଞ୍ଚୁଥିବା ହଜାର ହଜାର ମାନସିକ ଅନଗ୍ରସର ଶିଶୁଙ୍କ ଚିକିତ୍ସା ସହ ସେମାନଙ୍କୁ ସେମାନଙ୍କ ପରିବାର ସହ ପୁନର୍ମିଳନ ଲାଗି କାର୍ଯ୍ୟ କରିଆସୁଛନ୍ତି । ଭଟ୍ଟୱାନି ଓ ତାଙ୍କ ପତ୍ନୀ ରାସ୍ତାରେ ଘର ପରିବାରରୁ ଅଲଗା ହୋଇ ବୁଲୁଥିବା ମାନସୀକ ଅନଗ୍ରସର ଶିଶୁଙ୍କୁ ଉଦ୍ଧାରକରି ନିଜ କ୍ଲିନିକ୍କୁ ଆଣି ଚିକିତ୍ସା ପରେ ସହାୟତା କରିଆସୁଛନ୍ତି । ସୋନମ ୱାଙ୍ଗଚୁକ୍ ପ୍ରକୃତିର ସୁରକ୍ଷା ସହ ସଂସ୍କୃତି ର ସୁରକ୍ଷା ଏବଂ ସାମୁହିକ ବିକାଶରେ ଶିକ୍ଷା ଆଦି କ୍ଷେତ୍ର୍ରେ କାର୍ଯ୍ୟ କରିଆସୁଛନ୍ତି । ଏହି ଦୁଇ ଭାରତୀୟଙ୍କ ବ୍ୟତିତ ଫିଲିପାଇନ୍ସ ନାଗରିକ ହାୱାର୍ଡ ଡି, ପୂର୍ବ ଟିମର ବାସିନ୍ଦା ମାରିଆ ଡି ନର୍ଡର୍ସ ମାର୍ଟିନ କ୍ରୁଜ୍, ଭିଏତନାମର ଭୋ ଥି ହୋଆଙ୍ଗ ୟେନ୍ ଏବଂ କମ୍ବୋଡିଆର ୟୁକ୍ ଛାଙ୍ଗ । ସମାଜସେବା, ଶାନ୍ତି ଆଦି କ୍ଷେତ୍ରରେ ସମାଜପାଇଁ ଅବଦାନ ଲାଗି ଏମାନଙ୍କୁ ମନୋନୀତ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.