ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା : ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କଲା ଜଣେ ଅଭିଯୁକ୍ତ

Published By : Prameya-News7 Bureau | January 28, 2021 IST

ଭୁବନେଶ୍ବର ୨୮/୦୧ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୁକ୍ତ ରାକେଶ ସ୍ବାଇଁ ଓରଫ୍ ନନ୍ଦୁ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆଜି ପୋଲିସ ନନ୍ଦୁର ଘରକୁ ଯାଇ ତାର ବାପା-ମାଙ୍କୁ ପଚରାଉଚରା କରିଥିଲା ପୋଲିସ । କିନ୍ତୁ ନନ୍ଦୁ ଘରେ ନଥିବାରୁ ପୋଲିସ ବେକଳ ତାର ବାପା-ମାଙ୍କୁ ପଚରାଉଚରା କରି ଫେରିଥିଲା ।

ଜାତୀୟ ରାଜପଥ କଡରୁ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଥିଲା । ସେମାନଙ୍କ ମଧ୍ୟରୁ ରାକେଶ ସ୍ବାଇଁ ଓରଫ୍ ନନ୍ଦୁ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଛି ।

wp:gallery {"ids":[400225],"linkTo":"none"} /wp:gallery

ସୂଚନାଯୋଗ୍ୟ ଯେ, ଯାଜପୁର-କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲା । ଏକ ସିସିଟିଭି ଭିଜୁଆଲ୍‌ ହିଁ ରହସ୍ୟର କେନ୍ଦ୍ରରେ ରହିଥିଲା । ଯେଉଁଥିରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଥିଲେ ।

ଛାତ୍ରୀଙ୍କ ଘର ମୟୂରଭଞ୍ଜ । ସେ ପଢୁଥିଲେ ଭୁବନେଶ୍ବରରେ କିନ୍ତୁ ଯାଜପୁରରୁ ମିଳିଲା ମୃତଦେହ । ଯାଜପୁର କୁଆଖିଆ ଥାନା ରାଜେନ୍ଦ୍ରପୁରରେ ସକାଳେ ଅଜଣା ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା । ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି  ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍‌ ଖୋଜିବା ପରେ ତାଙ୍କ ମୋବାଇଲ୍‌ ମିଳିଥିଲା । ଆଉ ସେଥିରୁ ହିଁ ପୋଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ୍ ନାୟକ । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା ।

ତେବେ ଏହି ଘଟଣାରେ ରାକେଶ ସ୍ବାଇଁ ଓରଫ୍‌ ନନ୍ଦୁ ଆତ୍ମସମର୍ପଣ କରିଛି । ତେବେ ଘଟଣାରେ ଆଉ କିଏ ସଂପୃକ୍ତ ଅଛି ସେ ନେଇ ଖୋଳତାଡ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.