Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଆସନ୍ତା ସପ୍ତାହରୁ ଆରମ୍ଭ ହେଉଛି ରମଜାନ୍: କେମିତି ହେବ ପାଳନ ?

16/04/2020 at 10:16 PM

ଭୁବନେଶ୍ବର୧୬/୪: କରୋନା ନିୟନ୍ତ୍ରଣ ପାଇଁ ସାମାଜିକ ଦୂରତା ଉପରେ ସାରା ଦେଶରେ ଗୁରୁତ୍ବ ଦିଆଯାଉଛି । ଏହି ସମୟରେ ଆସନ୍ତା ସପ୍ତାହରୁ ଆରମ୍ଭ ହେଉଛି ରମଜାନ୍। ତେଣୁ ସମୂହ ପ୍ରାର୍ଥନା ଏବଂ ଇଫତାର ପାର୍ଟି ଆୟୋଜନ ଉପରେ କି କି ସତର୍କତା ଅବଲମ୍ବନ କରିବାକୁ ହେବ ସେନେଇ ଆରମ୍ଭ ହୋଇଛି ଚିନ୍ତା । 

କେମିତି ପାଳନ ହେବ ରମଜାନ୍। କେମିତି ମସଜିଦ୍ ଇଦଘାରେ ହେବ ପ୍ରାର୍ଥନା ?  କ’ଣ ସମୂହ ପ୍ରାର୍ଥନାକୁ ସଂପୂର୍ଣ୍ଣ ବନ୍ଦ କରାଯିବ ନା ଏଥିରେ ସୋସିଆଲ ଡିଷ୍ଟାନ୍ସିଂ ସର୍ତ୍ତ ସହିତ ଅନୁମତି ଦିଆଯିବ। ଆସନ୍ତା ସପ୍ତାହରୁ ଆରମ୍ଭ ହେବ ରମଜାନ୍ ଏବଂ ଆସନ୍ତା ସପ୍ତାହ ହିଁ କରୋନା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସପ୍ତାହ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଛି।

 ତେଣୁ ଏଭଳି ସ୍ଥିତି ଦେଖି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବ୍ବାସ ନକଭି ଆଜି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ସମସ୍ତ ରାଜ୍ୟର ୱାକଫ ବୋର୍ଡ ସହିତ ଆଲୋଚନା କରିଛନ୍ତି। ଏହି ସମୟରେ ୱାକଫ ବୋର୍ଡ ଗୁଡ଼ିକ ଲକଡାଉନର ନିୟମ ପାଳନ କରିବା ଲାଗି ଆଶ୍ବାସନା ଦେଇଛନ୍ତି। ୱାକଫ ବୋର୍ଡ ଅଧୀନରେ ଆସୁଥିବା ଦେଶର ୭ ଲକ୍ଷ ମସଜିଦ ଇଦଘାରେ ଏସବୁ ନିୟମ ପାଳନ ପାଇଁ ଏହି ବୌଠକରେ ସହମତି ହୋଇଛି। ରମଜାନ୍ ସମୟରେ ଲୋକେ ଏକାଠି ହୋଇ ଇଫତାର ପାର୍ଟି ପାଳନ ନ କରିବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁ ଯେଉଁ ସ୍ଥାନରେ ଯାହା ଯାହା ନିୟମ ରହିଛି ସେହି ସେହି ସ୍ଥାନର ନିୟମ ସବୁ ପାଳନ କରାଯିବ। 

ରମଜାନକୁ ଦେଖି କର୍ଣ୍ଣାଟକ ସରକାର ଆଗୁଆ ଗାଇଡଲାଇନ ଜାରି କରିଛନ୍ତି। ଏ ହେଉଛି କର୍ଣ୍ଣାଟକ ସରକାର ଜାରି କରିଥିବା ସେହି ନିର୍ଦ୍ଦେଶନାମା। ଏଥିରେ ସିଧା ସମୂହ ପ୍ରାର୍ଥନା ଏବଂ ଇଫତାର ପାର୍ଟିକୁ ବନ୍ଦ କରିବା ଲାଗି କୁହାଯାଇଛି। ଯଦିଓ ଓଡ଼ିଶା ସରକାର ଏନେଇ ବିଧିବଦ୍ଧ କୌଣସି ଗାଇଡଲାଇନ ଜାରି କରିନାହାନ୍ତି କିନ୍ତୁ ସୋସିଆଲ ଡିଷ୍ଟାନ୍ସିଂ ନିୟମ ବଳବତ୍ତର ରହିବ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି। ସେପଟେ ମୁସଲମାନମାନେ ମଧ୍ୟ ଏନେଇ ଲୋକଙ୍କୁ ସଚେତନ କରିବା ନେଇ ଆଗୁଆ ପ୍ରତିଶ୍ରୁତି ଦେଇଛନ୍ତି। ଯେହେତୁ ଧର୍ମୀୟ ସ୍ଥଳରେ କୌଣସି ସାମୂହିକ କାର୍ଯ୍ୟ କରାଯିବା ଉପରେ କଟକଣା ରହିଛି ତେଣୁ ରମଜାନ ସମୟରେ ସତର୍କତାର ସହିତ ରମଜାନ ରୀତି ନୀତି ପାଳନ କରାଯିବ।

   Related Posts