କୁଲି ଟୋକନଟେ ପାଇଁ ଦିଲ୍ଲୀରେ ଘୂରି ବୁଲୁଛନ୍ତି ରାମ ସ୍ବାଇଁ, ଏ ପର୍ଯ୍ୟନ୍ତ ତାଙ୍କୁ ମିଳି ପାରିଲା ନାହିଁ

Published By : Prameya-News7 Bureau | January 02, 2020 IST

ଭୁବନେଶ୍ବର୨/୧: ବିନା ଟଙ୍କାରେ କିଛି ବି କାମ ହୁଏ ନାହିଁ।  ଟଙ୍କା ଦେଲେ କୁଲି ଟୋକନ ମିଳିବ। ଟଙ୍କା ନ ଥିଲେ ମିଳିବନି । ଏବେ ଦିଲ୍ଲୀରେ ନିଜ କୁଲି ଟୋକନ ପାଇବା ଆଶାରେ ବାରମ୍ବାର ଅଫିସ୍ ଚାରିପଟେ ଘୂରି ବୁଲୁଛନ୍ତି ରାମ ସ୍ବାଇଁ। ତାଙ୍କ ନୂଆ ନାଁ ବିଶ୍ବନାଥ ସ୍ବାଇଁ। ତାଙ୍କ ଘର ଗଞ୍ଜାମ ଖଲିକୋଟ।

{"id":206020,"width":569,"height":700,"sizeSlug":"large"}

ରମ ଭୁବନେଶ୍ବର ଷ୍ଟେସନରେ ୧୦ ବର୍ଷ  ହେଲା କାମ କରୁଛନ୍ତି। ଏବେ କୁଲି ନିଯୁକ୍ତି ମିଳିବା ପରେ ଟୋକନ ଟେ ପାଇବାକୁ ଅଫିସ୍ ଚାରିପଟେ ଚକର କାଟୁଛନ୍ତି। ଖୋର୍ଦ୍ଧା  ଡିଭିଜନରୁ ତାଙ୍କୁ ଟୋକନ ଟେ ମିଳିବା କଥା କିନ୍ତୁ ଏ ଯାଏଁ  ତାଙ୍କୁ ମିଳି ନାହିଁ। ବିଭିନ୍ନ ଆଳ ଦେଖାଇ ଭୁଆଁ ବୁଲାଉଥିବାର ଅଭିଯୋଗ କରିଛନ୍ତି ରାମ ସ୍ବାଇଁ। 

{"id":206021,"width":588,"height":798,"sizeSlug":"large"}

ପୁଣି ଦିଲ୍ଲୀ ଯାଇ ରେଳ ମନ୍ତ୍ରଣାଳୟର ଉପରିସ୍ଥ ଅଫିସରଙ୍କୁ ବି ଦେଖା କରିବା ପରେ ଫଳ ଶୂନ।  ଓଡିଶା ସରକାର ଏବଂ ଇଷ୍ଟ କୋଷ୍ଟ ରେଳ ବିଭାଗ ତରଫରୁ ତାଙ୍କୁ  ନିଯୁକ୍ତି ପତ୍ର ଦିଆଯାଇଛି।  କିନ୍ତୁ ଟୋକନ ନମ୍ବର ଟି ପାଇବାକୁ ଗରୀବ ଲୋକ କିପରି ଓଡିଶାରୁ ଦିଲ୍ଲୀରେ ଘୂରି ବୁଲୁଛନ୍ତି।  ୬ ଦିନ ହେଲାଣି ଶୀତ, କାକରରେ ବୁଲୁଛନ୍ତି। ଗୁରୁଦ୍ବାରରେ ଖାଉଛନ୍ତି ଅଫିସ୍ ଚାରିପଟେ ଚକର କାଟୁଛନ୍ତି। ତାଙ୍କୁ ଶିଘ୍ର ଟୋକନ ନମ୍ବରଟି ଦେବା ପାଇଁ ସେ ଆତୁର ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.