କୋଭିଡ଼ କଟକଣାରେ ରାମ ନବମୀ, ଗାଁରେ ମେଢ ପୂଜା ସହ ଦୀପ ଜାଳିବା ପାଇଁ ଶ୍ରୀରାମ ମହାଯଜ୍ଞ ସମିତିର ନିବେଦନ

Published By : Prameya-News7 Bureau | April 21, 2021 IST

ଭଦ୍ରକ ୨୧।୦୪ : କୋଭିଡ କଟକଣା ମଧ୍ୟରେ ଭଦ୍ରକରେ ପାଳନ ହେଉଛି ଐତିହାସିକ ରାମ ନବମୀ ପୂଜା । ଭଦ୍ରକ ଗାନ୍ଧୀ ପଡିଆରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ନିରାଡ଼ମ୍ବର ଭାବେ ରାମନବମୀ ପୂଜା ପାଳନ କରାଯାଉଛି ।

ରାମନବମୀ ପୂଜାରେ ମେଢ଼ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣର କେନ୍ଦ୍ର ଅଟେ,  କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଥିବାରୁ, ମେଢ଼ ଶୋଭାଯାତ୍ରା ଉପରେ ରୋକ ଲଗାଇଛି ପ୍ରଶାସନ । ଶ୍ରଦ୍ଧାଳୁ ମାନେ ନିଜ ଘରେ ରହି ପୂଜା କରିବାକୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୁହାଯାଇଛି। ଏଭଳି ପରିସ୍ଥିତିରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୋଭିଡ କଟକଣା ମଧ୍ୟରେ ଚାଲିଛି ପୂଜା ।  ଆଜି ଯଜ୍ଞର ଶେଷ ଦିନରେ ପୂର୍ଣ୍ଣାହୁତି ହେବ । ପ୍ରଶାସନର ଯାହା ବି କଟକଣା ଅଛି, ତାହାକୁ ସମସ୍ତ  ମାନିବାକୁ ପଡିବ । ସେହିପରି ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରି ଯଜ୍ଞ ପୂଜା ଚାଲିଛି । ସମସ୍ତେ କୋଭିଡ଼  କଟକଣା ମାନି ସାମାଜିକ ଦୂରତା ଅଵଲମ୍ବନ କରି ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ରାମନବମୀକୁ ଦୃଷ୍ଟିରେ ରଖି ଛକ ଛକରେ ପୋଲିସ ମୁତୟନ କରାଯାଇଛି. । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରିବା ପାଇଁ ୨୫ ପ୍ଲାଟୁନରୁ ଅଧିକ ପୋଲିସ ମୁତୟନ କରାଯିବା ସହ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.