Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ରାମ ବିଳାସ ପାଶୱାନଙ୍କ ଭବିଷ୍ୟବାଣୀ : ‘୩ ମାସ ପରେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ମୋଦି’

17/02/2019 at 4:45 PM

ପାଟଣା ୧୭/୨ : ଆଜି ବିହାରରେ ବରୋନି ଠାରେ ଆୟୋଜିତ ଏକ ସରକାରୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେଇଥିଲେ | ସଭାରେ ଅନ୍ୟ ନେତା ମଧ୍ୟ ଯୋଗ ଦେଇଥିଲେ | ସଭାରେ ଲୋକ ଜନଶକ୍ତି ପାର୍ଟି ତଥା କ୍ୟାବିନେଟ ମନ୍ତ୍ରୀ ରାମ ବିଳାସ ପାଶୱାନ ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛନ୍ତି | ସେ କହିଥିଲେ ଯେ, ୩ ମାସ ପରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବ ସେତେବେଳେ ପୁଣିଥରେ ନରେନ୍ଦ୍ର ମୋଦି ହିଁ ଦେଶର ପ୍ରଧାନମନ୍ତ୍ରୀ ହେବେ |

ପାଶୱାନ କହିଥିଲେ ଯେ, ଯେବେଠାରୁ କେନ୍ଦ୍ରରେ ଏବଂ ବିହାରରେ ଏନଡିଏ ସରକାର ଗଠନ ହୋଇଛି ବିକାଶ ଦ୍ରୁତ ଗତିରେ ହେଉଛି | ସେ କହିଥିଲେ, ଦେଶରେ ଯେତେବେଳେ ପୁର୍ଣ ବହୁମତର ସ୍ଥାୟୀ ସରକାର ସ୍ଥାପନ ହୁଏ ସେତେବେଳେ ମଜବୁତ ସରକାର ସ୍ଥାପନ ହୋଇଥାଏ | ଅପରପକ୍ଷରେ ମହାମେଣ୍ଟ ସରକାର କମଜୋର ହୋଇଥାଏ ବୋଲି କହିଥିଲେ ପାଶୱାନ | ପୁଲୱାମା ଆତଙ୍କୀ ହମଲାକୁ ନେଇ ପାଶୱାନ କହିଥିଲେ ଯେ, ଦେଶ ବଦଲା ନେବା ପାଇଁ ପ୍ରସ୍ତୁତ ଅଛି | ଦେଶରେ ଯେକୌଣସି ଆତଙ୍କବାଦୀ ଆକ୍ରମଣର ହେବ ତୁରନ୍ତ ଏହାର ପ୍ରତିଶୋଧ ନିଆଯିବ ବୋଲି କହିଥିଲେ ପାଶୱାନ |


ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ନିଜ ଅଭିଭାଷଣରେ କହିଥିଲେ ଯେ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିହ୍ନା ଯେଉଁ ପ୍ରକଳ୍ପ ଆରମ୍ଭ କରିଥିଲେ ତାହା କଂଗ୍ରେସ ଶାସନକାଳରେ ବନ୍ଦ ହୋଇଯାଇଥିଲା | କିନ୍ତୁ ଏବେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସେହି ସବୁ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ କରୁଛନ୍ତି |

   Related Posts