Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପଞ୍ଚଭୂତରେ ବିଲୀନ ହେଲେ ରାମବିଳାସ ପାଶଓ୍ଵାନ, ଭୋ ଭୋ ହୋଇ କାନ୍ଦିଲେ ପୁଅ ଚିରାଗ

10/10/2020 at 6:30 PM

ପାଟନା ୧୦।୧୦: ପଞ୍ଚଭୂତରେ ବୀଲିନ ହେଲେ ଏଲଜେପି ସଂସ୍ଥାପକ ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶଓ୍ଵାନ। ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପାଟନା ଦିଘା ଘାଟ ସ୍ଥିତ ଜନାର୍ଦ୍ଦନ ଘାଟରେ ଦିବଙ୍ଗତ ନେତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ। ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ଅଶ୍ଵିନୀ ଚୌବେ ସମେତ ବିହାର ସରକାର ଅନେକ ମନ୍ତ୍ରୀ ପାସଓ୍ଵାନଙ୍କ ଅନ୍ତିମ ସଂସ୍କାରରେ ସାମିଲ ଥିଲେ। ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ ମଧ୍ୟ ଅନ୍ତିମ ବିଦାୟରେ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ ଭାବନାତ୍ମକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ବିଜେପି ସାଂସଦ ରାମକୃପାଲ ଯାଦବ ଯେମିତି ଚିରାଗ ପାଶଓ୍ଵାନଙ୍କୁ ଭେଟିଲେ, ଏଲଜେପି ସଭାପତି ଦେଖୁ  ଦେଖୁ ତାଙ୍କୁ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦିଥିଲେ। ଚିରାଗ ପାସଓ୍ଵାନଙ୍କ ଏହି ସ୍ଥିତି ଦେଖି ରାମକୃପାଲ ଯାଦବ ମଧ୍ୟ ନିଜ ଲୁହକୁ ଅଟକାଇ ପାରିନଥିଲେ। ସେ ମଧ୍ୟ କାନ୍ଦିଥିଲେ। ଦୁଇ ନେତା ପରସ୍ପରକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶଓ୍ଵାନଙ୍କ ଗୁରୁବାର ରାତିରେ ୭୪ ବର୍ଷ ବୟସରେ ପରଲୋକ ଘଟିଥିଲା। ସେ କିଛି ଦିନ ହେବ ବେମାର ଥିଲେ। ତାଙ୍କ ପୁତ୍ର ଚିରାଗ ପାସଓ୍ଵାନ ଟ୍ଵିଟ୍‌ କରି ତାଙ୍କ ମୃତ୍ୟୁ ସୂଚନା ଦେଇଥିଲେ। ପାଶଓ୍ଵାନଙ୍କ ନିଧନ ପରେ ରାଜନୈତିକ ମହଲରେ ଶୋକର ମାହୋଲ ରହିଛି। ତାଙ୍କ ସମ୍ମାନରେ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ।

ପାଶଓ୍ଵାନଙ୍କ ପାର୍ଥୀବ ଶରୀର ଶୁକ୍ରବାର ସନ୍ଧ୍ୟା ୮ଟାରେ ପାଟନାରେ ପହଞ୍ଚିଥିଲା। ବିମାନ ବନ୍ଦରରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବରିଷ୍ଠ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ନୀତିଶଙ୍କ ସହିତ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଏଲଜେପି ସଂସ୍ଥାପକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ଏହା ପୂର୍ବରୁ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମବିଳାସ ପାଶଓ୍ଵାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନ ପହଞ୍ଚି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଶୋକସନ୍ତପ ପରିବାର ଲୋକଙ୍କୁ ସାନ୍ତ୍ଵନା ଦେଇଥିଲେ।

   Related Posts