Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

“ରାମ ତେରି ଗଙ୍ଗା ମୈଲି” ଫିଲ୍ମର ଏହି ଅଭିନେତ୍ରୀଙ୍କୁ ଏବେ ଦେଖିଲେ ହୋଇପାରନ୍ତି ଆଚମ୍ୱିତ

12/04/2019 at 3:54 PM

ମୁମ୍ୱାଇ୧୨|୪: ସାଧାରଣତଃ ବଲିଉଡରେ ଅନେକ ନୂଆ ଚେହେରା ଆସନ୍ତି ଓ ଏହା ସହ ଗାୟବ ମଧ୍ୟ ହୋଇଯାଆନ୍ତି। ଏମିତି ଅନେକ କଳାକାର ଅଛନ୍ତି ଯିଏ ବଲିଉଡରେ ଆସି ଖୁବ୍‌ କମ ସମୟରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥାନ୍ତି। ଫଳରେ ସେମାନେ ଗଲା ପରେ ମଧ୍ୟ ତାଙ୍କୁ ଦର୍ଶକ ମନେ ରଖିଥାନ୍ତି। ତେବେ ଜାଣନ୍ତୁ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ବିଷୟରେ ଯିଏ ଗୋଟିଏ ସମୟରେ ନିଜ ଅଭିନୟ ଦ୍ୱାରା ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ପାଗଳ ମଧ୍ୟ କରିଥିଲା ।

୧୯୮୩ ମସିହାରେ ଏହି ଅଭିନେତ୍ରୀଙ୍କୁ ରାଜ କପୁର ସ୍ପଟ କରିଥିଲେ। ରାଜକପୁର ୨୨ ବର୍ଷର
ଏହି ଯୁବତୀଙ୍କୁ ପ୍ରଥମ ଥର ଦେଖୁ ଦେଖୁ ପାଗଳ ହୋଇଯାଇଥିଲେ। ସେତେବେଳେ ତାଙ୍କ ସୌନ୍ଦର୍ଯ୍ୟ ହିଁ ତାଙ୍କ ପରିଚୟ ଥିଲା। ଏହି ୨୨ ବର୍ଷର ଝିଅ ଆଉ କେହି ନୁହନ୍ତି ସେ ହେଲେ ୟାସ୍ମୀନ ଯୋସେଫ ଯିଏ ପରବର୍ତ୍ତୀ ସମୟରେ ମନ୍ଦାକିନୀ ନାଁରେ ବେଶ ପ୍ରତିଷ୍ଠା ଲାଭ କରିଥିଲେ। ପ୍ରଥମ ଦେଖାରେ ହିଁ ରାଜ କପୁର ନିଜ ଫିଲ୍ମ ରାମ ତେରି ଗଙ୍ଗା ମୈଲିରେ ତାଙ୍କୁ ଅଭିନେତ୍ରୀ ଭାବେ ଦେଖିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଏହି ଚଳଚ୍ଚିତ୍ରରେ ୟାସ୍ମୀନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ନାଁ ମନ୍ଦାକିନୀ ଥିଲା। ପରଦାରେ ପାଦ ଦେଉ ଦେଉ ଲୋକଙ୍କ ଦିଲ୍‌ରେ ରାଜ କରିଥିଲେ ୟାସ୍ମୀନ। ହିମାଳୟର ପାହାଡୀ ଝରଣାରେ ଧଳା ଲୁଗା ପିନ୍ଧି ତାଙ୍କ ସ୍ନାନ ଦୃଶ୍ୟ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଦେଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଅନେକ ଲୋକପ୍ରିୟତା ହାସଲ କରିବା ପରେ ମଧ୍ୟ ସେ ଧିରେ ଧିରେ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଥିଲେ। ୮୦ ଦଶକରେ ଏହି ଅଭିନେତ୍ରୀ ଚର୍ଚ୍ଚାରେ ରହୁଥିଲେ କାରଣ ତାଙ୍କ ପ୍ରଥମ ଫିଲ୍ମରେ ସେ ବହୁତ ବୋଲ୍ଡ ସିନ କରିଥିଲେ।

ବଲିଉଡର ମନ୍ଦାକିନୀଙ୍କ ଯାତ୍ରା ଖୁବ୍‌ କମ ସମୟର ଥିଲା। ରାଜ କପୁରଙ୍କ ଫିଲ୍ମ ରାମ ତେରି ଗଙ୍ଗା ମୈଲିକୁ ପ୍ରଥମେ ସେନସର ବୋର୍ଡ ରିଲିଜ କରିବା ପାଇଁ ମନା କରିଥିଲେ। କାରଣ ୧୯୮୫ ମସିହାର ଏହି ଫିଲ୍ମରେ ଅଧିକ ବୋଲ୍ଡ ସିନ ଥିଲା। ଫିଲ୍ମରେ ରାଜ କପୁରଙ୍କ ସାନ ପୁଅ ରାଜୀବ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ସୁପର ହିଟ ହେବା ସହ ଅଧିକ ଆୟ ମଧ୍ୟ କରିଥିଲା।

ଏହି ଚଳଚ୍ଚିତ୍ର ପାଇଁ ୟାସ୍ମୀନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ  ଭାବେ ପୁରଷ୍କୃତ କରାଯାଇଥିଲା। ଡେବ୍ୟୁ ଫିଲ୍ମ ହିଟ୍‌ ହେଲା ପରେ ମନ୍ଦାକିନୀଙ୍କୁ ଅନେକ ଫିଲ୍ମରୁ ଅଫର ଆସିଲା।

ସେ ବହୁତ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି କିନ୍ତୁ ଡେବ୍ୟୁ ଫିଲ୍ମ ଭଳି ଜଲୱା ସେ ଅନ୍ୟ କୌଣସି ଚଳଚ୍ଚିତ୍ରରେ କରିପାରିଲେ ନାହିଁ। ବିବାଦରେ ଆସିବା ଯୋଗୁଁ ସେ ବଲିଉଡରୁ ଦୂରେଇ ଯାଇଥିଲେ ଓ ବୌଦ୍ଧ ଭିକ୍ଷୁର ଜଣେ ଡାକ୍ତର କାଗିର ଟି ରିନପୋଛେ ଠାକୁରଙ୍କ ସହ ବିବାହ କରିଥିଲେ।  

   Related Posts