Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

୩୯ମାସ ମଧ୍ୟରେ ପୂରା ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ : ହଜାର ବର୍ଷ ଯାଏଁ ଅକ୍ଷୁର୍ଣ୍ଣ ରହିବ ଭବ୍ୟତା

31/10/2020 at 12:26 PM

ଅଯୋଧ୍ୟା ୩୧/୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶଦାତା ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ନିର୍ମାଣ ସମିତିର ବୈଠକ ସର୍କିଟ ହାଉସରେ ହୋଇଥିଲା। ଏଥିରେ ହଜାର ବର୍ଷ ଯାଏଁ ଅକ୍ଷୁର୍ଣ୍ଣ ରହୁଥିବା ରାମ ମନ୍ଦିର ଏବଂ ଏହାର ଭବ୍ୟତାକୁ ନେଇ ପାଖାପାଖି ୩ଘଣ୍ଟା ଯାଏଁ ମନ୍ଥନ କରାଯାଇଥିଲା।

ମିଶ୍ର ଏବେ ସୁଦ୍ଧା ହୋଇଥିବା କାର୍ଯ୍ୟର ପ୍ରଗତିର ସୂଚନା ନେଇଥିଲେ,ଏହା ସହିତ ଇଞ୍ଜିନିୟରିଂ ସଂସ୍ଥାନ ସମେତ ଟାଟା ଏବଂ ଏଲଏଣ୍ଡଟିର ବିଶେଷଜ୍ଞଙ୍କ ପ୍ରେଜେଣ୍ଟସନ ଦେଖି କାର୍ଯ୍ୟକୁ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ମନ୍ଦିର ନିର୍ମାଣର ଛୋଟ ଛୋଟ ଦିଗ ଉପରେ ବୃହତ୍ ଚର୍ଚ୍ଚା ମଧ୍ୟ ହୋଇଥିଲା। ବୈଠକରେ ଏକଥା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ଯେ କିପରି ମନ୍ଦିରର ନିର୍ମାଣ ୩୯ମାସରେ ପୂରା କରାଯାଇପାରିବ।

ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଶୁକ୍ରବାର ଏଲଏଣ୍ଡଟି ସହିତ ଆଇଆଇଡି ଚେନ୍ନାଇର ବିଶେଷଜ୍ଞଙ୍କ ସହ ରାମ ମନ୍ଦିର ନିର୍ମାଣର ପ୍ରାଦ୍ୟୋଗିକ ଦୃଷ୍ଟିକୋଣ ଉପରେ ଚର୍ଚ୍ଚା କରିଥିଲେ। ବୈଠକରେ ପ୍ରଥମ ଥର ଟାଟା କମ୍ପାନୀର ବିଶେଷଜ୍ଞ ଇଞ୍ଜିନିୟରମାନଙ୍କୁ ମଧ୍ୟ ଡକାଯାଇଥିଲା ଏବଂ ତାଙ୍କଠୁ ମଧ୍ୟ ରାମ ମନ୍ଦିର ନିର୍ମାଣ ବିଷୟରେ ରାୟ ନିଆଯାଇଥିଲା। ରାମ ମନ୍ଦିର ନିର୍ମାଣ କିପରି ୩୯ମାସରେ ପୂରା କରାଯିବ ଏହାକୁ ନେଇ ବିଚାର ବିମର୍ଶ କରାଯାଇଥିଲା।

ବୈଠକରେ ପ୍ରାଦ୍ୟୋଗିକ ବିଶେଷଜ୍ଞ ରାମ ମନ୍ଦିରର ଭବ୍ୟତା ଏବଂ ଏହାର ମଜବୁତିକୁ ନେଇ ପ୍ରେଜେଣ୍ଟେସନ ମଧ୍ୟ ଦେଇଥିଲେ। ବୈଠକ ପରେ ଟ୍ରଷ୍ଟର ସଦସ୍ୟ ଡା,ଅନିଲ ମିଶ୍ର କହିଛନ୍ତି ଯେ ମନ୍ଦିର ନିର୍ମାଣ ସମିତିର ବୈଠକ ୨ଦିନ ଯାଏଁ ଚାଲିବ। ଶୁକ୍ରବାର ପ୍ରଥମ ବୈଠକ ହୋଇଥିଲା ଏବଂ ଶନିବାର ପୁଣି ଥରେ ବୈଠକ ହେବ।

   Related Posts