Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୪ମାସ ଭିତରେ ଅଯୋଧ୍ୟାରେ ଭବ୍ୟ ଓ ବିଶାଳ ରାମ ମନ୍ଦିର ନିର୍ମାଣ ହେବ- ଅମିତ ଶାହ

16/12/2019 at 8:51 PM

ରାଞ୍ଚି ୧୬।୧୨ – ୪ମାସ ଭିତରେ ଅଯୋଧ୍ୟାରେ ଭବ୍ୟ ଓ ବିଶାଳ ରାମ ମନ୍ଦିର ନିର୍ମାଣ ହେବ । ଆଜି ଝାରଖଣ୍ଡର ପାକୁର ଠାରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଏଭଳି କିଛି ଦମ୍ଭୋକ୍ତି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ।

 ଗଲା ନଭେମ୍ବର ୯ରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ କରିଥିଲେ ସୁପ୍ରିମ୍‌କୋର୍ଟ । ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ହିନ୍ଦୁପକ୍ଷଙ୍କୁ ଦେଇଥିବା ବେଳେ ବାବ୍ରୀ ମସଜିଦ୍‌ ପାଇଁ ମୁସଲିମ୍‌ ପକ୍ଷକୁ ଅନ୍ୟତ୍ର ୫ଏକର ଜମି ଦେବାକୁ କହିଥିଲେ ।

 ଏଥି ସହ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ୩ ମାସ ଭିତରେ ଏକ ଟ୍ରଷ୍ଟ ଗଠନ ପାଇଁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

ସୂଚନାଯୋଗ୍ୟ ବିବାଦୀୟ ସ୍ଥଳ ଅଯୋଧ୍ୟାରେ ହିଁ ତିଆରି ହେବ ରାମ ମନ୍ଦିର ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଅଯୋଧ୍ୟାରେ ରାମମନ୍ଦିର ଥିଲା ଏବଂ ତା ଉପରେ ବାବରି ମସଜିଦ୍ ଗଠନ କରାଯାଇଥିଲା । ତେବେ ବାବରି ମସଜିଦ୍ ଏକ ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା । ଅଯୋଧ୍ୟାରେ ଥିବା ରାମ ମନ୍ଦିର ଢାଞ୍ଚା ଉପରେ ହିଁ ମସଜିଦ୍ ନିର୍ମାଣ ହୋଇଥିଲା ।

ପ୍ରତ୍ନତତ୍ବ ବିଭାଗର ତଥ୍ୟ ଆଧାରରେ ଏଭଳି ଟିପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ । କିନ୍ତୁ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା ବୋଲି ଲୋକଙ୍କ ଯେଉଁ ବିଶ୍ବାସ ରହିଛି ସେଥିରେ କୌଣସି ବିବାଦ କରାଯାଇ ପାରିବ ନାହିଁ ।

ସୁପ୍ରିମ କୋର୍ଟଙ୍କ ଏହି ଐତିହାସିକ ରାୟ ରାମଲାଲାଙ୍କ ସପକ୍ଷରେ ଯାଇଛି । ୩ ମାସ ଭିତରେ ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରି ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବାକୁ । କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

   Related Posts