ଅମୂଲ୍ୟାଙ୍କ ହତ୍ୟା ଲାଗି ୧୦ଲକ୍ଷ ଟଙ୍କାର ପୁରସ୍କାର ! ପାକ୍ ସମର୍ଥନରେ ଦେଇଥିଲେ ସ୍ଲୋଗାନ୍

Published By : Prameya-News7 Bureau | February 23, 2020 IST

ବେଙ୍ଗାଲୁରୁ ୨୩।୨: ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ ଦେଇଥିବା ଯୁବତୀ ଅମୂଲ୍ୟା ଲିୟୋନଙ୍କ ସମସ୍ୟା ବେଳକୁ ବେଳ ଗୁରୁତର ହେଉଛି। ସିଏଏ ପ୍ରତିବାଦରେ ଆୟୋଜିତ କାର୍ଯ୍ୟକ୍ରମରେ ନାରାବାଜୀ କରି ଭରା ସଭାରେ ଗିରଫ କରି ହୋଇଥିବା ଅମୂଲ୍ୟାଙ୍କ ହତ୍ୟା ଲାଗି ଏବେ ପୁରସ୍କାର ଘୋଷଣା କରିଛି ଦକ୍ଷିଣପନ୍ଥୀ ସଙ୍ଗଠନ 'ରାମ ସେନା' ।

ରାମସେନା ପକ୍ଷରୁ ଅମୁଲ୍ୟାଙ୍କୁ ହତ୍ୟା କଲେ ପୁରସ୍କାର ଦିଆଯିବ ବୋଲି କୁହାଯାଇଛି । ଏଥିଲାଗି ରାମ ସେନାର ଜନୈକ କାର୍ଯ୍ୟକର୍ତ୍ତା ୧୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏ ନେଇ ଏକ ଭିଡିଓ ବି ଜାରି ହୋଇଛି । ଭିଡିଓରେ କୌଣସି ପରିସ୍ଥିତିରେବି ଅମୁଲ୍ୟା ଯେପରି ଜେଲ୍‌ରୁ ନମୁକୁଳେ ସେଥିଲାଗି ରାଜ୍ୟ ସରକାରଙ୍କୁ ତାଗିଦ କରାଯାଇଛି । ଯଦି ସେ ଜେଲ୍‌ରୁ ମୁକୁଳେ ତେବେ ତାକୁ ହତ୍ୟା କରାଯିବ ବୋଲି ଘୋଷଣା କରିଛି ସେନା ।  

{"id":228073,"width":581,"height":383,"sizeSlug":"large"}

ପୋଲିସ ଅନୁସାରେ ହତ୍ୟା ଧମକ ସମ୍ପର୍କିତ ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ଭିଡିଓ ଦେଖିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିଛି । ସେପଟେ ଅମୁଲ୍ୟାଙ୍କ ପିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଚିକ୍‌ମଙ୍ଗଲୁରସ୍ଥିତ ତାଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.