ରାମନବମୀରେ ରାମଲଲା ପ୍ରଥମଥର ପାଇଁ ଧାରଣ କଲେ ସୁନା ମୁକୁଟ

Published By : Prameya-News7 Bureau | April 21, 2021 IST

ଅଯୋଧ୍ୟା ୨୧/୦୪ : ଅଯୋଧ୍ୟାରେ ଅସ୍ଥାୟୀ ମନ୍ଦିରରେ ବିରାଜମାନ ଶ୍ରୀରାମଲଲା ବୁଧବାର ଦିନ ରାମନବମୀ ଅବସରରେ ନୂଆ ପୋଷାକ ଓ ସୁନା ମୁକୁଟ ଧାରଣ କରିଛନ୍ତି। ବୈଦିକ ରୀତି ନୀତି ଓ ମନ୍ତ୍ର ଉଚ୍ଚାରଣ ସହ ସହ ନୂଆ ପୋଷାକ ସମର୍ପିତ କରାଯାଇଥିଲା।

ପ୍ରଥମଥର ପାଇଁ ରାମଲଲା ସୁନା ମୁକୁଟ ଧାରଣ କରିଛନ୍ତି। ରାମଲଲା ଆଗରୁ ସାଧାରଣ ମୁକୁଟ ଧାରଣ କରୁଥିଲେ। ୧୯୯୨ ଡିସେମ୍ବର ୬ ପରେ ରୁପା ମୁକୁଟ ଧାରଣ କରୁଥିଲେ।

{"id":441816,"width":729,"height":478,"sizeSlug":"large","linkDestination":"none"}

ବର୍ତ୍ତମାନ ରାମଲଲା ଟେଣ୍ଟରୁ ବାହାରି ଅସ୍ଥାୟୀ ମନ୍ଦିରରେ ବିରାଜମାନ। ସେଥିପାଇଁ ସେ ନିଜର ୪ ଭାଇଙ୍କ ସହ ସୁନା ମୁକୁଟ ଧାରଣ କରିଛନ୍ତି। ମୁଖ୍ୟ ପୂଜାରୀ ରାମଲଲା ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ରାମଲଲା ନିଜର ୪ ଭାଇଙ୍କ ସହ ସୁନା ମୁକୁଟ ଧାରଣ କରିଛନ୍ତି। ଏଥିପାଇଁ ଭକ୍ତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ଗୁପ୍ତ ଦାନ କରିଛନ୍ତି।

କରୋନା ସଂକ୍ରମଣ ଯୋଗୁଁ ଅଯୋଧ୍ୟାରେ ରାମନବମୀ ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଉଛି। ଏଥିପାଇଁ ସନ୍ଥ ପୂର୍ବରୁ ହିଁ ଭକ୍ତଙ୍କୁ ଅପିଲ କରିଥିଲେ ଯେ ଘରେ ରହି ପର୍ବ ପାଳନ କରନ୍ତୁ ଓ ସାମାଜିକ ଦୂରତା ପାଳନ କରନ୍ତୁ। ଯେଉଁ ଭକ୍ତମାନେ ବାହାରୁ ଆସିଥିଲେ ସେମାନଙ୍କୁ ଅଯୋଧ୍ୟା ନଗରୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.