ଅଯୋଧ୍ୟାରେ ଏଥର ହେବ ଭବ୍ୟ ରାମନବମୀ, ୫୦୦ ବର୍ଷ ପରେ ମୁଖ୍ୟ ପରିସରରେ ପ୍ରବେଶ କରି ପାରିବେ ଭକ୍ତ

Published By : Prameya-News7 Bureau | March 14, 2020 IST

ଅଯୋଧ୍ୟା ୧୪।୦୩: ରାମନଗରୀ ଅଯୋଧ୍ୟାରେ ଏଥର ରାମନବମୀ ପର୍ବ ବିଶେଷ ଖାସ୍ ହେବାକୁ ଯାଉଛି। ଏଥର ରାମ ନବମୀ ଅବସରରେ ୫୦୦ ବର୍ଷ ପରେ ପ୍ରଥମ ଥର ଭକ୍ତ ରାମ ଜନ୍ମଭୂମିର ମୁଖ୍ୟ ପରିସରରେ ପ୍ରବେଶ କରି ପାରିବେ। ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟଙ୍କ ରାୟ ରାମ ମନ୍ଦିର ପକ୍ଷରେ ଆସିବା ପୂର୍ବରୁ ରାମ ନବମୀ ପର୍ବର ଆୟୋଜନ ରାମ ଜନ୍ମଭୂମି ପରିସରରେ ହେଉଥିଲା, ମାତ୍ର ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମିଳୁନଥିଲା। ଏଥର ରାମନବମୀକୁ ନେଇ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ବ୍ୟାପକ୍ ବ୍ୟବସ୍ଥା କରିଛନ୍ତି।

{"id":238443,"sizeSlug":"large"}

ଶ୍ରଦ୍ଧାଳୁ ଜନ୍ମ ଆରତୀ ଓ ଭୋଗରେ ହେବେ ସାମିଲ

ମାର୍ଚ୍ଚ ୨୫ରୁ ଚୈତ୍ର ନବରାତ୍ରୀରୁ  ନବରାତ୍ରୀର ଆରମ୍ଭ ହେଉଛି। ରାମ ଜନ୍ମୋତ୍ସବ ଅବସରରେ ଏପ୍ରିଲ ୨ରେ ଅଯୋଧ୍ୟାରେ ଭବ୍ୟ ଆୟୋଜନ ହେବାକୁ ଯାଉଛି। ମୁଖ୍ୟ ପୁଜାରୀ ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାସ କହିଛନ୍ତି ଯେ, ରାମଜନ୍ମଙ୍କ ସମୟ ଏପ୍ରିଲ ୨ରେ ଶ୍ରଦ୍ଧାଳୁଙ୍କୁ ଜନ୍ମ ଆରତୀ ଓ ଭୋଗରେ ସାମିଲ ହେବାର ସୁଯୋଗ ମିଳିବ।  ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ  ରାମ ନବମୀର ବିଶେଷ ପ୍ରସ୍ତୁତି କରୁଛନ୍ତି। ଏଥର ରାମନବମୀରେ ଦେଶର କୋଣ ଅନୁକୋଣରୁ ରାମ ଭକ୍ତ ସାମିଲ ହୋଇ ପାରିବେ। ଶ୍ରଦ୍ଧାଳୁଙ୍କୁ ପ୍ରଥମ ଥର ଭୋଗ ପ୍ରସାଦ ମଧ୍ୟ ଦିଆଯିବ।

{"id":238444,"sizeSlug":"large"}

ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ବ୍ୟାପକ ବ୍ୟବସ୍ଥା

ଟ୍ରଷ୍ଟ ଏଥର ତିନି କ୍ଵିଣ୍ଟାଲର ପଞ୍ଚମେଭା ପଞ୍ଜିରୀ ଓ ଏକ କ୍ଵିଣ୍ଟାଲର ପଞ୍ଚାମୃତ ପ୍ରସ୍ତୁତ କରୁଛି। ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ବ୍ୟବସ୍ଥା ଆଧାରରେ ରାମନବମୀର ଆୟୋଜନ କରାଯାଉଥିଲା। ଆୟୋଜନ ଲାଗି ଅଯୋଧ୍ୟା କମିଶନରଙ୍କ ଅନୁମତି ନେବାକୁ ପଡୁଥିଲା। ଏଥିରେ ରାମ ଜନ୍ମୋତ୍ସବ ସମୟରେ ମଧ୍ୟାହ୍ନ ୧୨ଟାରେ ଶ୍ରଦ୍ଧାଳୁଙ୍କୁ ଆରତୀ ଓ ଭୋଗ ସମୟରେ ଛିଡା ହେବାର ଅନୁମତି ମିଳୁନଥିଲା। ମାତ୍ର ସୁପ୍ରିମକୋର୍ଟରେ ରାମଲଲାଙ୍କ ସପକ୍ଷରେ ରାୟ ଆସିବା ପରେ  ଏବଂ ରାମ ମନ୍ଦିର ଲାଗି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ ହେବା ପରେ ସମସ୍ତ ବ୍ୟବସ୍ଥା ଟ୍ରଷ୍ଟ ହାତକୁ ଆସିଛି।

ଟେଣ୍ଟ ଛାଡି ମନ୍ଦିରରେ ବିରାଜମାନ  ହେବେ ରାମଲଲା

ଟ୍ରଷ୍ଟ ରାମଭକ୍ତଙ୍କୁ ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ବଡ ଉପହାର ମଧ୍ୟ ଦେବାକୁ ଯାଉଛି। ଚୈତ୍ର ନବରାତ୍ରୀର ପ୍ରଥମ ଦିନ ମାର୍ଚ୍ଚ ୨୫ରେ ରାମଲଲା ପ୍ରାତଃରୁ ଟେଣ୍ଟରୁ ବାହାରି ନୂତନ ଫାଇବର ଯୁକ୍ତ ବୁଲେଟ୍ ପ୍ରୁଫ ଶିଶାରେ ନିର୍ମିତ ମନ୍ଦିରରେ ବିରାଜମାନ ହେବେ। ରାମ ଜନ୍ମଭୂମି ପରିସରରେ ମାନସ ଭବନ ଆଡକୁ ନୂତନ ଚବୁତରା ନିର୍ମାଣ ହୋଇ ଯାଇଛି। ଆଲୋକସଜା କାର୍ଯ୍ୟ ଜାରି ରହିଛି। ଚବୁତରା ଉପରେ ରଖା ଯାଇଥିବା ମନ୍ଦିରରେ ରାମଲଲା ବିରାଜମାନ ହେବେ। ଫଳରେ ରାମଲଲାଙ୍କ ଭକ୍ତଙ୍କୁ ଏବେ ଅଧିକ ଚାଲିବାକୁ ପଡିବ ନାହିଁ। ଏହା ସହିତ ଭକ୍ତ ନିକଟରୁ ରାମଲଲାଙ୍କ ଦର୍ଶନ ମଧ୍ୟ କରି ପାରିବେ।

{"id":238445,"sizeSlug":"large"}

ରାମଲଲାଙ୍କ ନୂତନ ଅସ୍ଥାୟୀ ମନ୍ଦିରରେ ପ୍ରବେଶ ପୂର୍ବରୁ ଭୂମିର ଶୁଦ୍ଧୀକରଣ ମଧ୍ୟ କରାଯିବ। କୁହାଯାଉଛି ଯେ, ମାର୍ଚ୍ଚ ୨୦ରୁ ହିଁ ଉତ୍ସବର ଆରମ୍ଭ ହୋଇଯିବ। ବାରଣାସୀର ବୈଦିକ ପଣ୍ଡିତଙ୍କୁ ଏନେଇ ନିମନ୍ତ୍ରଣ କରାଯାଇଛି। ବୈଦିକ ବ୍ରାହ୍ମଣଙ୍କ ଦ୍ଵାରା ଭୂମିର ଶୁଦ୍ଧୀକରଣ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.