Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା କଟକଣା ଯୋଗୁଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ, ପବିତ୍ର ରାମନବମୀରେ ନିରାଶ ହୋଇ ଫେରୁଛନ୍ତି ଭକ୍ତ

21/04/2021 at 5:37 PM

ସାଲେପୁର ୨୧।୪: ବୁଧବାର ସକାଳୁ ସକାଳୁ ସାଲେପୁର ବ୍ଲକର କୁଳିଆ ରଘୁନାଥ ଜିଉ ମନ୍ଦିରରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଗହଳି । କିନ୍ତୁ କରୋନା କଟକଣା ଯୋଗୁଁ ପୋଲିସ ସେମାନଙ୍କୁ ମନ୍ଦିର ଭିତରେ ପ୍ରବେଶ ପାଇଁ ବାରଣ କରିଥିଲା । ସରକାରଙ୍କ ଦ୍ଵାରା ଲଗାଯାଇଥିବା କଟକଣାକୁ ଆଖିଆଗରେ ରଖି ବନ୍ଦ ରହିଛି ରାମନବମୀ ପାଳନ ଉତ୍ସବ । ହାଜର ହାଜର ଭକ୍ତ ନିରାଶ ହୋଇ ଫେରୁଛନ୍ତି ରଘୁନାଥ ଜୀଉ ମନ୍ଦିର ଦ୍ଵାର ସମ୍ମୁଖରୁ । ପ୍ରଭୁ ରାମଙ୍କ ଜନ୍ମ ଦିନ ତଥା ରାମ ନବମୀ ପାଳିବାକୁ ଆସିଥିବା ଭକ୍ତ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି । ପୋଲିସ ପହରା ଦେଉଛି ମନ୍ଦିର ଚାରି ପାଖରେ । ଭକ୍ତଙ୍କୁ ପୁରାଇ ଦେଉନାହିଁ। କିନ୍ତୁ ଭକ୍ତ ମନ ମାନିନାହିଁ ତେଣୁ ଦୂରରୁ ପ୍ରଭୁଙ୍କୁ ପ୍ରଣାମ କରି ମନଙ୍କୁ ବୁଝାଉଥିବା ଭକ୍ତ କହିଛନ୍ତି । କରୋନା  କଟକଣା ଲଗାଇଛନ୍ତି ସରକାର, ସବୁ ମନ୍ଦିର ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ତାକୁ ମନ୍ଦିର ପ୍ରଶାସନ ମଧ୍ୟ ସ୍ବାଗତ କରିଛି ଓ ମନ୍ଦିର ଦ୍ଵାର ବନ୍ଦ ରଖି ମନ୍ଦିରର ଯାହା ପୂଜା ରୀତିନୀତି ରହିଛି ତାହାକୁ ପାଳନ କରାଯାଇଛି।

   Related Posts