ଆଜି ପବିତ୍ର ଶ୍ରୀରାମ ନବମୀ, ବିଭିନ୍ନ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ

Published By : Prameya-News7 Bureau | April 13, 2019 IST

ଭୁବନେଶ୍ବର ୧୩|୪: ଆଜି ପବିତ୍ର ଶ୍ରୀରାମ ନବମୀ । ଏଥିପାଇଁ ରାଜ୍ୟର ବିଭିନ୍ନ ଶ୍ରୀରାମ ମନ୍ଦିରରେ ଭକ୍ତଙ୍କର ବେଶ୍ ଭିଡ ଜମିଛି । ଭୁବନେଶ୍ବର ରାମ ମନ୍ଦିରରେ ଏଥିପାଇଁ ଶ୍ରଦ୍ଧାଳୁ ପହଞ୍ଚି ଦର୍ଶନ କରୁଛନ୍ତି । ରାମନବମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଗର୍ଭୋଦକ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ  ଅପରାହ୍ନ ୪ଟାରୁ ରାତି ୮ ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ରାମଜନ୍ମ ନୀତି ସହିତ ପୁରୀରେ ପାରମ୍ପରିକ ସାହିଯାତ ଆରମ୍ଭ ହେବ । ସେପଟେ ପବିତ୍ର ରାମ ନବମୀଠାରୁ କଟକ ଖପୁରିଆସ୍ଥିତ ସରକାରୀ କରତକଳରେ ରଥକାଠ ଚିରଟ ଅନୁକୂଳ ହେବ । ଏଥିପାଇଁ ଶ୍ରୀମନ୍ଦିରରୁ ମାଳ-ମାହାର୍ଦ୍ଦ ଓ ପତନୀ ଯିବ । ଏଥିପାଇଁ ଗଠିତ ସ୍ବତନ୍ତ୍ର କମିଟି ଆଜ୍ଞାମାଳ ନେଇ କଟକ ବାହାରିବେ । ସେଠାରେ ପୂର୍ବରୁ ଚିରଟ ପାଇଁ ରଥକାଠ ପହଞ୍ଚି ସାରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.