ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି: ଲାଗିବ ୧୨ ଶହ ଖୁମ୍ବ, ଜାରି ରହିଛି ପଥର କୋଡିଂ

Published By : Prameya-News7 Bureau | November 24, 2020 IST

ଉତ୍ତରପ୍ରଦେଶ ୨୪/୧୧ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ରାମଘାଟସ୍ଥିତ କାର୍ଯ୍ୟଶାଳାରୁ ଖୋଳାଯାଇଥିବା ପଥରକୁ ରାମ ଜନ୍ମଭୂମି ପରିଷରକୁ ପହଞ୍ଚାଇବା କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ବିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରାୟ ୩୦ ଜଣ ପ୍ରସ୍ତର କରସେବକ ମନ୍ଦିର ନିର୍ମାଣ ସ୍ଥାନରେ ପହଞ୍ଚି ସାରିଲେଣି । ମନ୍ଦିର ନିର୍ମାଣ ପାଇଁ ପଥର ଗୁଡିକର ଗୋଟି ଗୋଟି ଗଣତି କରାଯାଉଛି । ମନ୍ଦିରର ଭିତ୍ତିପ୍ରସ୍ତର ନିର୍ମାଣଠାରୁ ପ୍ରଥମ ମହଲା ତିଆରି ପାଇଁ ପ୍ରାୟ ୭୫ ଘନଫୁଟ୍ ପଥର ପ୍ରସ୍ତୁତ ହୋଇସାରିଛି ।

{"id":367057,"sizeSlug":"large"}

ପଥର ଗୁଡିକର କୋଡିଂ କରାଯାଇ ନିର୍ମାଣ କାର୍ଯ୍ୟରେ ଲଗାଯିବାର ବ୍ୟବସ୍ଥା କରାଯାଇଛି । କୋଡିଂ କରୁଥିବା ମନୋଜ ସୋମପୁରା କହିଛନ୍ତି ଯେ, ପଥର ଗୁଡିକର କୋଡିଂ ଏଥିପାଇଁ କରାଯାଉଛି କି ନିର୍ମାଣ କାର୍ଯ୍ୟରେ କେତେ ପଥର ଲାଗୁଛି ତାହାର ଏକ ହିସାବ ରହିପାରିବ । ମନ୍ଦିର ନିର୍ମାଣ ପାଇଁ ପିଲାର ପଥର ୨୫ ଘନଫୁଟ୍ ଏବଂ ଅନ୍ୟ ପଥର ସବୁ ୧୦ ଏବଂ ୫ ଘନଫୁଟର ରହିଛି । ମନ୍ଦିରର ପ୍ରଥମ ମହଲା ତିଆରି ପାଇଁ ପଥର ପ୍ରସ୍ତୁତ ହୋଇସାରିଛି ଏବଂ ବାକି ଦୁଇ ମହଲା ପାଇଁ  ପ୍ରାୟ ସାଢେ ତିନି ଲକ୍ଷ ଘନଫୁଟ ପଥର ତିଆରି କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ରୀତିନୀତି ଅନୂଯାୟୀ ମନ୍ଦିର ନିର୍ମାଣ ପାଇଁ ଦେଶର ପାଞ୍ଚଜଣ ବିଶିଷ୍ଟ ସ୍ଥପତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସମସ୍ତେ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ ରାୟ ପ୍ରଦାନ କରିବେ ।

{"id":367058,"sizeSlug":"large"}

ରାମ ମନ୍ଦିର ନିର୍ମାଣ ଇତିହାସର ପୃଷ୍ଠାରେ ମଧ୍ୟ ଲେଖାଯାଉ, ସେଥିପାଇଁ ଟ୍ରଷ୍ଟ ସବୁପ୍ରକାର ବ୍ୟବସ୍ଥା କରିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ଓ ରାମ ମନ୍ଦିର ନିର୍ମାଣ ସମିତି ମିଶି ମନ୍ଦିର କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ପ୍ରାୟ ୧୨ ଶହ ଖମ୍ବ ସଂଯୋଗ ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । ମନ୍ଦିରକୁ ମଜଭୁତ ଭାବେ ଗଢିତୋଳିବାକୁ ଯେଉଁଠାରେ ଖମ୍ବ ବସିବ ତାର ପ୍ରାୟ ଦୁଇ ଶହ ଫୁଟ ତଳକୁ ଖୋଳାଯିବ । ଏବେ ନିର୍ମାଣ ସ୍ଥାନରେ ମାଟି ପରୀକ୍ଷା କାମ ଚାଲୁ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.