ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର : ଆରମ୍ଭ ହୋଇଯାଇଛି ପ୍ରସ୍ତୁତି

Published By : Prameya-News7 Bureau | February 05, 2020 IST

ଅଯୋଧ୍ୟା ୫/୨: ଖୁବଶୀଘ୍ର ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରାଯାଇଛି । ଏହାକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦି ପାର୍ଲାମେଣ୍ଟରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମଙ୍କ ଜନ୍ମଭୂମିରେ ଭବ୍ୟ ଓ ଦିବ୍ୟ ମନ୍ଦିର ନିର୍ମାଣ କରାଯିବ। ଏଥିପାଇଁ ସରକାରଙ୍କର ବିସ୍ତୃତ ପ୍ଲାନ୍ ନେଇ ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

{"id":220502,"sizeSlug":"large"}

ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର ।ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।ଗଠନ ହୋଇଛି ଟ୍ରଷ୍ଟ ।ଆଜି ଏହାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି ।ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଲୋକସଭାରେ ସୂଚନା ଦେଇଛନ୍ତି ।ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନରେ ଦିବ୍ୟ ଓ ଭବ୍ୟ ମନ୍ଦିର ନିର୍ମାଣ ହେବ ।ମୋଦି ଏନେଇ ବିସ୍ତୃତ ପ୍ଲାନ୍ ସାମ୍ନାରେ ରଖିଛନ୍ତି ।ଏହି ଟ୍ରଷ୍ଟର ନାମ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର  ରହିବ ।ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନରେ ଦିବ୍ୟ ଓ ଭବ୍ୟ ରାମ ମନ୍ଦିର ନିର୍ମାଣ ଏବଂ ଏ ସଂପର୍କିତ ବିଷୟରେ ନିଷ୍ପତ୍ତି ନେବ ।ଅଯୋଧ୍ୟାରେ ଏକ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଥିଲା ।ୟୁପି ସରକାର ଏଥିପାଇଁ ନିଜର ସହମତି ପ୍ରକାଶ କରିଛନ୍ତି ।ମନ୍ଦିର ପାଇଁ ଅଯୋଧ୍ୟାରେ ଅଧିଗୃହୀତ ୬୭ ଦଶମିକ ୭୦୩ ଏକର ଜମିକୁ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ।ସେଠାରେ ମନ୍ଦିର ନିର୍ମାଣ ସହିତ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ ।ସେପଟେ ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍‌ କରିଛନ୍ତି ଯେ ରାମ ମନ୍ଦିର ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ ।ସେମାନଙ୍କ ମଧ୍ୟରୁ ଜଣେ ଦଳିତ ରହିବେ ।

{"id":220503,"sizeSlug":"large"}

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ରାୟର ୮୭ ଦିନ ପରେ ଏହାର ରୂପରେଖ ପ୍ରସ୍ତୁତ ହୋଇଛି ।ଗତବର୍ଷ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଏହି ରାୟ ଦେବା ସମୟରେ ୯୦ ଦିନ ଭିତରେ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହି ଟ୍ରଷ୍ଟରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ବଡ଼ ଦାୟିତ୍ବ ମିଳିବାର ସମ୍ଭାବନା ଅଛି ।ଟ୍ରଷ୍ଟରେ ଦିଗମ୍ବର ଆଖଡ଼ା, ନିର୍ମୋହୀ ଆଖଡ଼ା ଏବଂ ରାମଲାଲା ବିରାଜମାନଙ୍କ ଜଣେ ଲେଖାଏଁ ପ୍ରତିନିଧି ରହିବେ ।ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟାଳୟ ଦିଲ୍ଲୀର ଗ୍ରେଟର କୈଳାସରେ ରହିବ ।ରାମ ମନ୍ଦିର ନିର୍ମାଣରେ ସମସ୍ତେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇଛନ୍ତି ।ତେବେ ଦିଲ୍ଲୀ ବିଧାନସଭା ଭୋଟ୍‌ ଆଉ ୩ ଦିନ ଥିବା ବେଳେ ପ୍ରଧାନମନ୍ତୀ ମୋଦିଙ୍କର ଏହି ଘୋଷଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି ।ଏହା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଥିବା ବିରୋଧୀ ନେତା ଅଭିଯୋଗ କରିଛନ୍ତି ।ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ ଏକ ରାଜ୍ୟ ନିର୍ବାଚନ ହୋଇଥିବାରୁ ଏବଂ ଟ୍ରଷ୍ଟ ଗଠନ ପାଇଁ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଏଥିରେ ଆଚରଣ ବିଧି ଉଲ୍ଲଂଘନ ହୋଇନାହିଁ ।

{"id":220504,"sizeSlug":"large"}

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦେଶର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି କୁହାଯାଉଛି ।

{"id":220505,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.