ରାମ ମନ୍ଦିର ନିର୍ମାଣରେ ଲାଗିବ ନାହିଁ ବିଦେଶୀ ମୁଦ୍ରା, କେବଳ ଭାରତର ରାମ ଭକ୍ତ କରିପାରିବେ ଦାନ

Published By : Prameya-News7 Bureau | July 30, 2020 IST

ଅଯୋଧ୍ୟା ୩୦/୦୭ : ଅଗଷ୍ଟ ୫ ତାରିଖରେ ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହେବ | ଏଥିପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତ ଦାନ କରୁଛନ୍ତି | କିନ୍ତୁ ବିଦେଶୀ ଭକ୍ତ ମନ୍ଦିର ନିର୍ମାଣ ପାଇଁ ଦାନ କରିପାରିବେ ନାହିଁ | କାରଣ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବର୍ତ୍ତମାନ ବିଦେଶୀ ମୁଦ୍ରାରେ ଦାନ ସ୍ୱୀକାର କରିବନାହିଁ | ଟ୍ରଷ୍ଟ ଏବେ କେବଳ ଭାରତରେ ରହୁଥିବା ରାମ ଭକ୍ତଙ୍କ ଠାରୁ ଦାନ ସ୍ୱୀକାର କରିବ | ଦାନ ସ୍ୱରୂପ ସହଯୋଗ ଗ୍ରହଣ କରିବ | ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଅନୁଯାୟୀ, ବିଦେଶୀ ମୁଦ୍ରା ଗ୍ରହଣ କରିବା ପାଇଁ ଗୋଟିଏ ବ୍ୟବସ୍ଥା ରହିଛି | ସେଥିପାଇଁ ପଞ୍ଜିକରଣ କରାଇବା ଆବଶ୍ୟକ ହୋଇଥାଏ | କିନ୍ତ ଟ୍ରଷ୍ଟ ଏବେ ପଞ୍ଜିକରଣ କରାଇବ ନାହିଁ |

ରାମ ମନ୍ଦିର ପକ୍ଷରେ ଫଇସଲା ଆସିବା ପରେ ୫ ତାରିଖରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦିଆଯିବ | ଏଥିପାଇଁ ଦେଶ ତଥା ବିଦେଶରୁ ଶ୍ରୀରାମ ଭକ୍ତ ମନ୍ଦିର ନିର୍ମାଣରେ ସହଯୋଗ ପାଇଁ ଦାନ କରିବାକୁ ଚାହୁଁଛନ୍ତି | ବିଦେଶରେ ରହୁଥିବା ଶ୍ରୀରାମ ଭକ୍ତ ମନ୍ଦିର ନିର୍ମାଣରେ ସହଯୋଗ କରିବା ପାଇଁ ଲଗାତାର ଟ୍ରଷ୍ଟ ସହିତ ସମ୍ପର୍କ କରୁଛନ୍ତି | କିନ୍ତୁ ଟ୍ରଷ୍ଟ ବର୍ତ୍ତମାନ ବିଦେଶୀ ମୁଦ୍ରା ଗ୍ରହଣ କରିବାକୁ ଅସ୍ବୀକାର କରିଛି |

୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଭୂମିପୂଜନ କରିବେ | ଏହି ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହିତ ମନ୍ଦିର ଆନ୍ଦୋଳନରେ ଜଡିତ ନେତା ମଧ୍ୟ ଉପସ୍ଥିତ ରହିବେ | ଜନ୍ମଭୂମି ପରିସରରେ ଟେଣ୍ଟ ଲଗାଇବା କାମ ଆରମ୍ଭ ହୋଇସାରିଛି | ସୁବିଧା ଅନୁସାରେ ପରିସରରେ ଦୁଇଟି ଟେଣ୍ଟ ଲଗାଯାଉଛି | ପରିସରରେ ଏକ ମଞ୍ଚ ମଧ୍ୟ ତିଆରି ହେଉଛି | ଏଠାରେ ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.