ଅଯୋଧ୍ୟାରେ ମସ୍ଜିଦ୍ ପାଇଁ ଜମିକୁ ବିରୋଧ କଲେ ଶଙ୍କରାଚାର୍ଯ୍ୟ , ବାବରଙ୍କୁ ଆକ୍ଷେପ
6/02/2020 at 7:07 PM

ଭୁବନେଶ୍ବର ୦୬।୦୨: ଉତ୍ତରପ୍ରଦେଶ ସୁନ୍ନି ୱାକଫ ବୋର୍ଡକୁ ୫ଏକର ଜମି ଦେବା ପ୍ରସ୍ତାବ ଉପରେ ମୋହର ମାରିଛି ଉତ୍ତରପ୍ରଦେଶ କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଜଣିଆ ଅଯୋଧ୍ୟା ଟ୍ରଷ୍ଟ ଗଠନ ନେଇ ଘୋଷଣା କରିବା ପରେ ପରେ ୟୁପି ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି । ମସ୍ଜିଦ ନିର୍ମାଣ ଲାଗି ରାମଜନ୍ମଭୂମି ସ୍ଥଳୀଠାରୁ ୨୫କିଲୋମିଟର ଦୂରରେ ୫ଏକର ଜମି ଦିଆଯାଇଛି । ତେବେ ବାବ୍ରି ମସଜିଦ୍ ନିର୍ମାଣ ଲାଗି ଜମି ଦେବାକୁ ତୀବ୍ର ବିରୋଧ କରିଛନ୍ତି ଶଙ୍କରାଚାର୍ଯ୍ୟ

ବାବ୍ରି ମସଦିଜ୍ ନିର୍ମାଣ ପାଇଁ ସୁନ୍ନି ୱାକଫ୍ ବୋର୍ଡକୁ ମିଳିବ ଜମି । ଉତ୍ତରପ୍ରଦେଶ ସରକାର ସୁନ୍ନି ୱାକଫ ବୋର୍ଡକୁ ୫ଏକର ଜମି ଦେବା ପ୍ରସ୍ତାବ ଉପରେ ମୋହର ମାରିଛି ଯୋଗୀଙ୍କ କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଜଣିଆ ଅଯୋଧ୍ୟା ଟ୍ରଷ୍ଟ ଗଠନ ନେଇ ଘୋଷଣା କରିବା ପରେ ପରେ ଯୁପି ସରକାର ତୁରନ୍ତ ଏଭଳି ପଦକ୍ଷେପ ନେଇଛନ୍ତି। ମସଜିଦ ନିର୍ମାଣ ଲାଗି ରାମଜନ୍ମଭୂମି ସ୍ଥଳୀଠାରୁ ୨୫କିଲୋମିଟର ଦୂରରେ ୫ଏକର ଜମି ଦିଆଯାଇଛି।

ସେପଟେ ବାବ୍ରି ମଜସିଦ ନିର୍ମାଣ ଲାଗି ୫ ଏକର ଜମି ଦେବାକୁ ତୀବ୍ର ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । କହିଛନ୍ତି ବାବର ଭାରତକୁ ଆକ୍ରମଣ କରିଥିଲେ। ତାଙ୍କ ନାଁରେ ନିର୍ମାଣ ହୋଇଥିବା ଧର୍ମପୀଠର ପୁନଃନିର୍ମାଣ ପାଇଁ ଜମି ଦିଆଯିବା ଉଚିତ ନୁହେଁ। ନରସିଂହ ରାଓ ଏବଂ ବାଜପେୟୀ ସରକାରଙ୍କ ଅମଳରେ ମଧ୍ୟ ମୁଁ ରାମମନ୍ଦିର ପ୍ରସଙ୍ଗରେ ଜମି ବଣ୍ଟାକୁ ବିରୋଧ କରିଥିଲି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହୋଇଥିବା ଟ୍ରଷ୍ଟକୁ ନେଇ ଉଠିଛି ବିବାଦ। ଶ୍ରୀରାମ ମନ୍ଦିର ପାଇଁ ଆନ୍ଦୋଳନ ଆରମ୍ଭ କରିଥିବା ମହନ୍ତମାନେ ଏହି ଟ୍ରଷ୍ଟରେ ନାହାନ୍ତି । ଯାହାକୁ ନେଇ ମହନ୍ତ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେପଟେ ଏହି ଟ୍ରଷ୍ଟ ଅଧ୍ୟକ୍ଷ ଥିବା ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ ପରାସରନଙ୍କ ଘରୁ ଆରମ୍ଭ ହୋଇଛି ଏହାର କାର୍ଯ୍ୟାଳୟ। ୯୨ ବର୍ଷୀୟ କେ ପରାସରନ ରାମମନ୍ଦିର ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ନ୍ୟାୟିକ ଲଢ଼େଇ ଜାରି ରଖିଥିଲେ।
