Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସୀମାରେ ଚୀନ୍-ଭାରତ ବିବାଦ ଯୋଗୁ ଅଯୋଧ୍ୟାରେ ଅଟକିଲା ରାମମନ୍ଦିର ନିର୍ମାଣ

19/06/2020 at 6:01 PM

ଅଯୋଧ୍ୟା ୧୯।୬:  ସୀମାରେ ଭାରତ ଓ ଚୀନ ବିବାଦ  ଯୋଗୁ ଅଯୋଧ୍ୟାରେ  ରାମମନ୍ଦିର ନିର୍ମାଣ କାମ  ବନ୍ଦ ହେଲା। ଏଥିଲାଗି ରାମ ମନ୍ଦିର ଟ୍ରଷ୍ଟ ନିଜ ଯୋଜନାରେ ରୋକ ଲଗାଇଛନ୍ତି। ଏନେଇ ଟ୍ରଷ୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଭାରତ-ଚୀନ ସୀମାରେ ପରିସ୍ଥିତି ଗୁରୁତର ଥିବା ଓ ଏବେ ଦେଶର ସୁରକ୍ଷା ସବୁଠୁ ମହତ୍ୱପୂର୍ଣ୍ଣ ବୋଲି ସୂଚିତ କରିଛି। 

ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଭାରତୀୟ ସେନାଙ୍କ ଉପରେ ଚୀନ ସେନା ଆକ୍ରମଣ କରିଛନ୍ତି। ଫଳରେ ୨୦ଜଣ ଭାରତୀୟ ଜବାନ ଶହିଦ ହେବା ଘଟଣା ଜଣାପଡିବା ପରେ ଟ୍ରଷ୍ଟ ବର୍ତ୍ତମାନ ଲାଗି ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଅଟକାଇବାକୁ ନିଷ୍ପତ୍ତି ନେଇଛି। ସୀମାରେ ସୈନିକଙ୍କ ମୃତ୍ୟୁକୁ ନେଇ ଟ୍ରଷ୍ଟ କ୍ଷୋଭ ପ୍ରକାଶ କରିବା ସହ ମନ୍ଦିର ନିର୍ମାଣର ଶୁଭ ଦେବା ଲାଗି ପରେ ପୁଣି ଏକ ତିଥି ଧାର୍ଯ୍ୟ ହେବ ବୋଲି କହିଛି। 

ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ ଶହିଦ ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିବା ବେଳେ ଦେଶରେ ପରିସ୍ଥିତି ସ୍ୱଭାବିକ ହୋଇଥିବା ଅଧିକାରୀକ ଘୋଷଣା ପରେ ମନ୍ଦିର ନିର୍ମାଣ ନେଇ ପଦକ୍ଷେପ ନିଆଯିବ ବୋଲିସୂଚିତ କରାଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ହିନ୍ଦୁ ସଙ୍ଗଠନମାନେ ଅଯୋଧ୍ୟାରେ ଚୀନ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି। ଏଥିରେ ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତା ଚୀନ ପତାକା ପୋଡିଥିବା ବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କୁଖପୁତ୍ତଳିକା ଦାହ କରିଛି ବିଶ୍ୱ ହିନ୍ଦୁ ପରିଷଦ ।  

   Related Posts