'ରାମ ହିଁ ପ୍ରେମ, ରାମ ହିଁ ନ୍ୟାୟ': ରାମ ମନ୍ଦିର ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ରାହୁଲ, କହିଲେ- ପ୍ରଭୂ ଶ୍ରୀରାମ ଘୃଣା, କ୍ରୁରତା ଓ ଅନ୍ୟାୟରେ ପ୍ରକଟ ହୁଅନ୍ତି ନାହିଁ

Published By : Prameya-News7 Bureau | August 05, 2020 IST

ଅଯୋଧ୍ୟା, ୦୫|୦୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଯୋଧ୍ୟା ଭୂମି ପୂଜନ ଉତ୍ସବ ପରେ ଟ୍ୱିଟ୍ କରି ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଟ୍ୱିଟରେ ଲେଖିଛନ୍ତି ଯେ, ରାମ ହେଉଛନ୍ତି ପ୍ରେମ, ସେ କେବେ ହେଲେ ଘୃଣା ସୃଷ୍ଟି କରିପାରିବେ ନାହିଁ । ରାମ କରୁଣା ଅଟନ୍ତି, ସେ କେବେ କ୍ରୁରତା ପ୍ରକଟ କରିପାରିବେ ନାହିଁ ।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, ମର୍ଯ୍ୟାଦା ପୁରୁଷୋତମ ଭଗବାନ ରାମ ମାନବୀୟ ଗୁଣର ସ୍ୱରୂପ ଅଟନ୍ତି । ସେ ଆମ ସମସ୍ତଙ୍କ ମନର ଗଭୀରତାରେ ଥିବା ମାନବତାର ମୂଳ ଭାବନା । ରାମ ପ୍ରେମ ଅଟନ୍ତି । ସେ କେବେ ହେଲେ ଘୃଣାରେ ପ୍ରକଟ ହୋଇପାରିବେ ନାହିଁ । ରାମ କରୁଣା ଅଟନ୍ତି । ସେ କେବେ ହେଲେ କ୍ରୁରତା ପ୍ରକଟ କରିପାରିବେ ନାହିଁ । ରାମ ନ୍ୟାୟ ଅଟନ୍ତି, କେବେ ହେଲେ ଅନ୍ୟାୟ ପ୍ରକଟ କରିପାରିବେ ନାହିଁ ।

wp:html /wp:html

ତେବେ କଂଗ୍ରେସ ଭଗବାନ ରାମଙ୍କ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଛି । ପୂର୍ବରୁ ଏପରି ନଥିଲା । ଭଗବାନ ରାମ ଓ ଅଯୋଧ୍ୟା ସାଧାରଣତଃ ବିଜେପିର ପ୍ରସଙ୍ଗ ରହିଥିଲା । କଂଗ୍ରେସର ପୂର୍ବତନ ଆଭିମୁଖ୍ୟରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି । ନିକଟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ରାମ ସମସ୍ତଙ୍କଠାରେ ଅଛନ୍ତି ବୋଲି କହିଥିଲେ ।

ଅଯୋଧ୍ୟାରେ ଭୂମି ପୂଜନ ବେଳେ ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ୍ ସାମ୍ନାକୁ ଆସିଥିଲା । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବୁଧବାର ରାମ ମନ୍ଦିରର ଭୂମି ପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଆହୁରି ମଧ୍ୟ ୧୭୦ଜଣ ଅତିଥୀ ଯୋଗ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.