ଇକବାଲ ଅନସାରୀଙ୍କୁ ମିଳିଲା ରାମ ମନ୍ଦିର ଭୂମିପୂଜନର ପ୍ରଥମ ନିମନ୍ତ୍ରଣ, ଅଯୋଧ୍ୟା ମାମଲାରେ ସେ ଥିଲେ ମୁସଲମାନ ପକ୍ଷକାର

Published By : Prameya-News7 Bureau | August 03, 2020 IST

ଅଯୋଧ୍ୟା ୦୩/୦୮ : ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପ୍ରସ୍ତୁତି ଜୋରସୋରରେ ଚାଲିଛି | ଭୂମିପୂଜନ ପାଇଁ ଆମନ୍ତ୍ରଣ ପତ୍ର ଗଣମାନ୍ୟ ଲୋକଙ୍କୁ ପଠାଯାଉଛି | ଭୂମିପୂଜନ ପାଇଁ ପ୍ରଥମ ନିମନ୍ତ୍ରଣ ଅଯୋଧ୍ୟା ମାମଲାରେ ମୁସଲମାନ ପକ୍ଷକାର ଇକବାଲ ଅନସାରୀଙ୍କୁ ପଠାଯାଇଛି | ରାମ ମନ୍ଦିର ଟ୍ରଷ୍ଟର ମହନ୍ତ ଚମ୍ପତ ରାୟଙ୍କ ତରଫରୁ ତାଙ୍କୁ ଏହି ଆମନ୍ତ୍ରଣ ଦିଆଯାଇଛି | ଇକବାଲ ଅନସାରୀଙ୍କ ସହିତ ମୁସଲମାନ ପକ୍ଷକାର ଥିବା ହାଜି ମେହବୁବଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି | ଅନାଥ ଶବଙ୍କ ଅନ୍ତିମ ସଂସ୍କାର କରୁଥିବା ପଦ୍ମଶ୍ରୀ ମହମ୍ମଦ ସରିଫଙ୍କୁ ମଧ୍ୟ ଆମନ୍ତ୍ରଣ ଦିଆଯାଇଛି |

wp:core-embed/twitter {"url":"https://twitter.com/ANINewsUP/status/1290155615013097478","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1290155615013097478
/wp:core-embed/twitter

ଇକବାଲ ଅନସାରୀ କହିଛନ୍ତି ଯେ ରାମ ଜନ୍ମଭୂମି ପୂଜନ ଆମନ୍ତ୍ରଣ ମିଳିବ ପରେ ସେ ବହୁତ ଖୁସି ଅଛନ୍ତି ଏବଂ କାର୍ଯ୍ୟକ୍ରମରେ ସେ ନିଶ୍ଚୟ ସାମିଲ ହେବେ ବୋଲି କହିଛନ୍ତି | ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ଜାଗା ରାମଲଲ୍ଲାଙ୍କ ଭବ୍ୟ ମନ୍ଦିର ପାଇଁ ଦେଇଛନ୍ତି ଏବଂ ଏବେ ଆଉ କୌଣସି ବିବାଦ ନାହିଁ | ଇକବାଲ ଅନସାରୀ ଆହୁରି କହିଛନ୍ତି ଯେ ସେ ସବୁବେଳେ ସାଧୁ ସନ୍ଥଙ୍କ ମଧ୍ୟରେ ରହିଛନ୍ତି ଏବଂ ତାଙ୍କ ମନରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ବହୁତ ସମ୍ମାନ ରହିଛି | ସେ କହିଛନ୍ତି, ଏହା ଭଗବାନ ଶ୍ରୀରାମଙ୍କ ଇଛା ଥିଲା ଯେ ମନ୍ଦିର ନିର୍ମାଣ ଭୂମିପୂଜନର ପ୍ରଥମ ନିମନ୍ତ୍ରଣ ତାଙ୍କୁ ମିଳୁ, ସେଥିପାଇଁ ସେ ଏହାକୁ ସ୍ୱୀକାର କରିଛନ୍ତି |

{"id":309182,"sizeSlug":"large"}

ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ଭୂମିପୂଜନ ପ୍ରସ୍ତୁତି ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ଯିବେ | ଆଜି ଅଯୋଧ୍ୟାରେ ଗଣପତି ପୂଜନ ସହ ଭୂମିପୂଜନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି | ଆଜି ସକାଳ ୯ଟା ରୁ ଗଣପତି ପୂଜନ ଆରମ୍ଭ ହୋଇସାରିଛି | ଏଥିରେ ୨୧ ଜଣ ପୂଜାରୀ ସାମିଲ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.