Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଜାଣନ୍ତୁ କିଏ ଅଛନ୍ତି ରାମ ଲାଲାଙ୍କ ମୁଖ୍ୟ ପୂଜାରୀ, କେତେ ପାଉଛନ୍ତି ଦରମା, ଦେଉଛି କିଏ

7/02/2020 at 1:21 PM

ଅଯୋଧ୍ୟା ୦୭।୦୨ – ଅଯୋଧ୍ୟାରେ ପୂଜା ପାଉଥିବା ରାମ ଲାଲାଙ୍କୁ ଆଚାର୍ଯ୍ୟ ସତେନ୍ଦ୍ର ଦାସ ଗତ ୨୮ ବର୍ଷ ଧରି ପୂଜା କରି ଆସୁଛନ୍ତି । ସେ ଏକ ବିଦ୍ୟାଳୟରେ ସଂସ୍କୃତରେ ଶିକ୍ଷାଦନ କରୁଥିଲେ । ରାମ ଲାଲାଙ୍କର ପୂଜା କାର୍ଯ୍ୟରେ ମୁଖ୍ୟ ପୂଜାରୀଙ୍କୁ ୮ ଜଣ ସହାୟତା କରନ୍ତି । ୪ ଜଣ ସହାୟକ ପୂଜାରୀ ଓ ୪ ଜଣ ଅନ୍ୟ କର୍ମଚାରୀ ରହିଛନ୍ତି । ସମସ୍ତଙ୍କୁ ଦରମା ମିଳୁଛି ।

ଅଯୋଧ୍ୟା ସମ୍ପର୍କରେ ସୁପ୍ରିମ କୋର୍ଟ ଗତ ବର୍ଷ ନଭେମ୍ବର ୯ ତାରିଖରେ ନିଜର ରାୟ ପ୍ରଦାନ କରିଥିଲେ । ଏହାର ୮୮ ଦିନ ପରେ ନେରନ୍ଦ୍ର ମୋଦୀଙ୍କ ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟର ଘୋଷଣା କରିଛନ୍ତି । ଏଥିରେ ୧୫ ଜଣ ସଦସ୍ୟ ରହିଛନ୍ତି। ଲୋକସଭାରେ ପ୍ରଶ୍ନକାଳର ଠିକ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦରେ ଟ୍ରଷ୍ଟ ତିଆରି କରାଯିବା ସମ୍ପର୍କରେ ଘୋଷଣା କରିଥିଲେ ।

ଟ୍ରଷ୍ଟର ନାମ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ଏହାକୁ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟାର ଆରମ୍ଭ ବୋଲି ଧରାଯାଇଛି ।
ବର୍ତମାନ ଅସ୍ଥାୟୀ ରାମ ମନ୍ଦିରରେ ରାମ ଲାଲାଙ୍କର ମୁଖ୍ୟ ପୂଜାରୀ ହେଉଛନ୍ତି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ତାଙ୍କୁ ମାସିକ ୧୩ ହଜାର ଟଙ୍କା ପ୍ରଦାନ କରାଯାଉଛି । ଅଗଷ୍ଟ ୨୦୧୯ ପୂର୍ବରୁ ମୁଖ୍ୟ ପୂଜାରୀଙ୍କର ବେତନ ୧୨ ହଜାର ଟଙ୍କା ଥିଲା। ଗତ ବର୍ଷ ୧ ହଜାର ଟଙ୍କା ବୃଦ୍ଧି କରାଯାଇଛି ।

୮୩ ବର୍ଷିୟ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ସେବା ପୂଜା କାର୍ଯ୍ୟରେ ୪ ଜଣ ସହାୟକ ପୂଜାରୀ ଓ ୪ ଜଣ କର୍ମଚାରୀ ସାହାଯ୍ୟ କରୁଛନ୍ତି । ଏମାନଙ୍କୁ ୭,୫୦୦ରୁ ୧୦ ହଜାର ଟଙ୍କା ମଧ୍ୟରେ ଦରମା ଦିଆଯାଉଛି ।

୨୦୧୯ ମସିହାରେ ରାମ ଲାଲାଙ୍କୁ ମିଳୁଥିବା ମାସିକ ଅର୍ଥ ରାଶି୨୬,୨୦୦ ଟଙ୍କାରୁ ବୃଦ୍ଧି କରାଯାଇ ୩୦ ହଜାର ଟଙ୍କା କରାଯାଇଛି । ୧୯୯୨ ମସିହା ପରେ ରାମ ଲାଲାଙ୍କର ପୂଜାରୀମାନଙ୍କର ଦରମା ଏତେ ଅଧିକ ବୃଦ୍ଧି କରାଯାଇଛି ।

୬ ଡିସେମ୍ବର ୧୯୯୨ ମସିହାଠାରୁ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଲଗାତାର ରାମ ଲାଲାଙ୍କର ସେବା ପୂଜା କରି ଆସୁଛନ୍ତି। ସେହି ସମୟରେ ତାଙ୍କର ଦରମା ମାସରୁ ୧୦୦ ଟଙ୍କା ଥିଲା । ଏବେ ତାହା ୧୩ ହଜାର ଟଙ୍କାରେ ପହଞ୍ଚିଛି ।

ଏବେ ରାମ ଲାଲାଙ୍କ ମାସିକ ପୂଜାର୍ଚ୍ଚନା ପାଇଁ ୧.୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ପୂର୍ବୁରୁ ଏହା ୯୩,୨୦୦ ଟଙ୍କା ଥିଲା ।

ରାମ ଜନ୍ମ ଭୂମି ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଦିଆଯାଉଥିବା ଦାନ ଓ ଅନୁଦାନରୁ ମନ୍ଦିର ଖର୍ଚ୍ଚ ସହ ପୂଜାରୀମାନଙ୍କର ଦରମା ପ୍ରଦାନ କରାଯାଇଥାଏ । ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ମୁଖ୍ୟ ପୂଜାରୀଙ୍କର ନିଯୁକ୍ତି ହୋଇଥିଲା । ସେ ସେବା ପୂଜା ସହ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।

   Related Posts