ବର୍ଷା ପବନରେ ଭୂଷୁଡିପଡିଲା ଟେଣ୍ଟ, ଦଳାଚକଟା ଓ ବିଦ୍ୟୁତ ଆଘାତରେ ୧୮ମୃତ, ୪୫ ଆହତ, ୨୪ ଗୁରୁତର

Published By : Prameya-News7 Bureau | June 23, 2019 IST

ବାଡମେର ୨୩।୬:  ରାଜସ୍ଥାନ ବାଡମେରରେ ରାମ କଥା ଅନୁଷ୍ଠିତ ହେଉଥିବା ବେଳେ ଘଟିଛି ଅଘଟଣ। ପ୍ରବଚନ ବେଳେ ବର୍ଷା ହେବା ସହ ଝଡ ବହିବାରୁ ତମ୍ବୁ ଭୂଷୁଡି ପଡିଛି। ଫଳରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

{"id":126236,"width":584,"height":484}

ରାମ କଥା ଶୁଣିବାକୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଏକତ୍ର ହୋଇଥିଲେ। ବର୍ଷା ସାଙ୍ଗକୁ ଝଡ ହେବାରୁ ରାମକଥା ପାଇଁ ନିର୍ମାଣ କରାଯାଇଥିବା ଛାଉଣୀ ଭୂଷୁଡି ପଡିଥିଲା। ଫଳରେ  ଛାଉଣୀ ତଳେ ଆଲୋକ ସଜ୍ଜା ଓ ସବ୍ଦ ପାଇଁ କରାଯାଇଥିବା ୱାରିଂ ବର୍ଷାରେ ଭିଜି ଚାର୍ଜ ହୋଇଯାଇଥିଲା।  ତେବେ ଝଡରେ ତମ୍ବୁ ଭୂଷୁଡିବାରୁ ଜୀବନ ବଞ୍ଚାଇବା ପାଇଁ  ଲୋକେ ଜିଏଜୁଆଡେ ପରିଲେ ପଳାଇଯିବାକୁ ଉଦ୍ୟମ କରିବାରୁ ଦଳାଚକଟା ହୋଇଥିଲା। ଫଳରେ ଲୋକେ ମୃତାହତ ହୋଇଥିବା କୁହାଯାଉଛି। ବହୁ ସଂଖ୍ୟକ ଲୋକ ତମ୍ବୁତଳେ ଥିବା ଯୋଗୁ ବର୍ଷାପଡି କାଦୁଅ ହୋଇଯାଇଛି। ଏଣୁ ଉଦ୍ଧାର ପରିଚାଳନା ସମ୍ଭବ ହୋଇପାରୁନଥିବା ଉଦ୍ଧାରକାରୀ ଦଳ କହିଛନ୍ତି। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

{"id":126238,"width":580,"height":587}

ମୃତାହତଙ୍କୁ ଉଦ୍ଧାର କରି ନାହଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ସମୟ ପୂର୍ବରୁ ରାମ କଥା ପାଇଁ ହରିବୋଲ ହୁଳହୁଳି ଧ୍ୱନୀରେ ଉଛୁଳିଉଠୁଥିବା ପରିବେଶ ଏବେ ଲୋକଙ୍କ କାନ୍ଦବୋବାଳିରେ ଫାଟିପଡୁପଛି। ତମ୍ବୁ ଭୂଷିଡିବା ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.