Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମହାକୁମ୍ଭକୁ ନେଇ ରାମ ଗୋପାଳଙ୍କ ଆକ୍ଷେପ-‘ପାପ ଧୋଇବାକୁ ଗଙ୍ଗାରେ ବୁଡ ପକାଇଲେ ଓ ଆଶୀର୍ବାଦରେ…’

15/04/2021 at 3:37 PM

ମୁମ୍ବାଇ ୧୫/୦୪ : ଦେଶରେ କରୋନା ମହାମାରୀ ପୁଣି ହାହାକାର ସୃଷ୍ଟି କରିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢି ଚାଲିଛି। ମୃତ୍ୟୁହାର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଦେଶରେ ମାମଲା ବୃଦ୍ଧି ପାଉଥିବା ମଧ୍ୟରେ କୁମ୍ଭ ମେଳାରେ ଶାହୀ ସ୍ନାନ ଓ ରାଜନୈତିକ ଦଳର ନିର୍ବାଚନୀ ରାଲି ମଧ୍ୟ ଜୋରସୋରରେ ଚାଲିଛି। ନିର୍ବାଚନୀ ରାଲି ଓ କୁମ୍ଭ ମେଳାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। କୁମ୍ଭ ମେଳାରେ ଲୋକଙ୍କ ଭିଡ ଦେଖି ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।

ରାମ ଗୋପାଳ ବର୍ମା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। କୁମ୍ଭ ମେଳାରେ ଶାହୀ ସ୍ନାନରେ ସାମିଲ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରୁ ୧୦୦ ରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ମନ୍ତବ୍ୟ ଦେଇଛନ୍ତି।  ସେ ଦୁଇଟି ଟ୍ୱିଟ୍ ସେୟାର କରିଛନ୍ତି। ଗୋଟିଏ ଟ୍ୱିଟରେ ସେ କୁମ୍ଭରେ ବୁଡ ପକାଇଥିବା ଲୋକଙ୍କୁ ଆକ୍ଷେପ କରିଛନ୍ତି ଓ ଅନ୍ୟ ଟ୍ୱିଟରେ ଭ୍ୟାକସିନ୍ ତିଆରି କରିବା ଓ ଭ୍ୟାକସିନ୍ ଲଗାଇବା ବିଫଳ ବୋଲି କହିଛନ୍ତି।

ପ୍ରଥମ ଟ୍ୱିଟରେ ସେ କହିଛନ୍ତି, “ଲକ୍ଷ ଲକ୍ଷ ଲୋକ ନିଜ ପାପ, କର୍ମ ଧୋଇବାକୁ କୁମ୍ଭରେ ବୁଡ ପକାଉଛନ୍ତି ଓ ଆଶୀର୍ବାଦରେ କୋଭିଡ ପାଉଛନ୍ତି। ଲୋକେ ଆଗକୁ ପୁଣି ଆହୁରି ଅନେକ ଲୋକଙ୍କୁ କୋଭିଡ ବାଣ୍ଟୁଛନ୍ତି। ଏମାନେ ମରିଗଲା ପରେ ସେମାନଙ୍କୁ ଡବଲ କର୍ମ ପ୍ରାପ୍ତ ହେବ।”

ଦ୍ୱିତୀୟ ଟ୍ୱିଟରେ ରାମ ଗୋପାଳ ଲେଖିଛନ୍ତି,” ୧୭ ଲକ୍ଷ ମୁମ୍ବାଇବାସୀଙ୍କୁ କୋଭିଡ୍ ଭ୍ୟାକସିନ୍ ନେବାକୁ ୬ ସପ୍ତାହ ଲାଗିଥିଲା। ୩୫ ଲକ୍ଷ ଲୋକଙ୍କୁ କୁମ୍ଭରେ ବୁଡ ପକାଇବାକୁ ମାତ୍ର ଦିନେ ଲାଗିଥିଲା। ଏଥିରୁ ପ୍ରମାଣ ହେଉଛି ଯେ ଲୋକଙ୍କ ପାଇଁ ଅନ୍ୟ ଜୀବନ ଏଇ ଜୀବନଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ।

କୁମ୍ଭ ମେଳାକୁ ନେଇ ରାମ ଗୋପାଳ ବର୍ମା ଲଗାତାର ନିନ୍ଦା କରୁଛନ୍ତି। ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କୁମ୍ଭ ମେଳାରେ ଜମା ହୋଇଥିବା ଭିଡର ଏକ ଫଟୋ ସେୟାର କରି ଏହାକୁ ମୁର୍ଖତା ବୋଲି କହିଥିଲେ।

   Related Posts