Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ରାମ ଗୋପାଲ୍ ବର୍ମା ସେୟାର କଲେ ୫୮ ବର୍ଷ ତଳର ପୁରୁଣା ‘ଓମିକ୍ରନ୍ ଭାରିଆଣ୍ଟ’ର ପୋଷ୍ଟର , କହିଲେ-‘ବେହୋସ୍ ହୋଇ ଯାଆନ୍ତୁ’…

3/12/2021 at 10:22 AM

ନୂଆଦିଲ୍ଳୀ ୦୩।୧୨ : କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଏବେ ଭୟଭୀତ କରିଛି । ସବୁଆଡେ ଧିରେ ଧିରେ ବ୍ୟାପିବା ସହ ଭୟର ବାତାବରଣ ଖେଳାଇ ସାରିଛି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏଭଳି ଏକ ପୋଷ୍ଟର ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ ।

ନିଜ ଟ୍ୱିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଏକ ପୋଷ୍ଟର ସେୟାର କରିଛନ୍ତି । ସେହି ପୋଷ୍ଟ ସେୟାର  କରିବା ସହ ଡରାଇବା ଭଳି ମଧ୍ୟ ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି । ସେଥିରେ ଲେଖା ହୋଇଛି କି ୧୯୬୩ ରେ ଏହି ଫିଲ୍ମ ରିଲିଜ ହୋଇସାରିଛି । ବିଶ୍ୱାସ କରନ୍ତୁ ନଚେତ ଚେତାଶୂନ୍ୟ ହୋଇ ଯାଆନ୍ତୁ,.. ପୋଷ୍ଟର ଟ୍ୟାଗ ଲାଇନ ରହିଛି ।

ତାଙ୍କର ଏହି ପୋଷ୍ଟରେ ଅନେକ ଲୋକମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେମିତିକି ଏହାକୁ ମିଛ ଫିଲ୍ମ ବୋଲି କହିଛନ୍ତି ଏବଂ କହିଛନ୍ତି ଏଭଳି ମିଛ ମେସେଜଠାରୁ ଦୂରେଇ ରୁହନ୍ତୁ ବୋଲି ମଧ୍ୟ କମେଣ୍ଟ କରିଛନ୍ତି । ଏହାକୁ ୭୦ଦଶକର ଫିଲ୍ମର ଟାଇଟଲକୁ ନେଇ ଏଡିଟ ହୋଇଥିବା ନେଇ ମଧ୍ୟ କମେଣ୍ଟ କରିଛନ୍ତି ୟୁଜର୍ସ । ତେବେ ଆଇଏମଡିବି ଅନୁଯାୟୀ ଏହା ଓମିକ୍ରନ ଭାରିଏଣ୍ଟ ନୁହେଁ କେବଳ ଓମିକ୍ରନ ବୋଲି ଫିଲ୍ମ ରହିଛି । ଯେଉଁଥିରେ ଏକ ଏଲିୟନ ପୃଥିବୀକୁ ଆସି ଏଠାରେ ଚାଲି ଚଳଣ ଶିଖିଥଲା

   Related Posts