Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ରାମଗୋପାଳ ବର୍ମା ରିଲିଜ କଲେ କରୋନା ଭାଇରସ୍ ଫିଲ୍ମର ଟ୍ରେଲର୍ : ଲକଡାଉନରେ ହେଲା ସୁଟିଂ

27/05/2020 at 6:08 PM

ମୁମ୍ବାଇ ୨୭/୫: ଫିଲ୍ମମେକର ରାମ ଗୋପାଳ ବର୍ମା କରୋନା ଭାଇରସ୍ ଉପରେ ଆଧାରିତ ଫିଲ୍ମର ଟ୍ରେଲର ମଙ୍ଗଳବାର ରାତିରେ ରିଲିଜ କରିଛନ୍ତି। ରାମ ଗୋପାଳଙ୍କ ଦାବି ରହିଛି ଯେ ଏହା କରୋନା ଉପରେ ହୋଇଥିବା ପ୍ରଥମ ଫିଲ୍ମ ଅଟେ। ତାଙ୍କ କହିବା ଅନୁସାରେ,ଏହାର ପୂରା ସୁଟିଂ ଲକଡାଉନ୍ ପିରିୟଡରେ ହିଁ ହୋଇଛି। ବର୍ମା ଟ୍ବିଟରରେ ଲେଖିଛନ୍ତି,‘ ଯେତେବେଳେ ବାକି ଲୋକ ଘର ପୋଛିବାରେ,ରୋଷେଇ କରିବାରେ,ବାସନ ଧୋଇବାରେ ଏବଂ ଲୁଗା ଶୁଖାଇବାରେ ବ୍ୟସ୍ତ ଥିଲେ ସେତେବେଳେ ସେ ଏକ ଫିଲ୍ମ ପ୍ରସ୍ତୁତ କରି ଦେଇଥିଲେ।’

ବର୍ମା ନିଜର ଆଉ ଏକ ଟ୍ବିଟରେ କହିଛନ୍ତି ​​ଯେ ଫିଲ୍ମ କରୋନା ନିର୍ମାଣ କରିବାର କାରଣ ଆମ ମନରେ ବସିଥିବା ଡର। ସେ ଲେଖିଛନ୍ତି ଯେ କରୋନା ଭାଇରସ୍ ହରର ଫିଲ୍ମ ନୁହେଁ। ଏହା ସେହି ହରର ବିଷୟରେ ଯାହା ଆମ ସମସ୍ତଙ୍କ ମନରେ ରହିଛି।

ଫିଲ୍ମର ୪ମିନିଟ୍ ଟ୍ରେଲରରେ ଏକ ପରିବାରର କାହାଣୀକୁ ଦର୍ଶାଯାଉଛି,ଯେଉଁମାନେ ଲକଡାଉନ୍ କାରଣରୁ ଏକାଠି ରହୁଛନ୍ତି। ଘଟଣାଟି ସେତେବେଳେ ସନ୍ଦିଗ୍ଧ ହୋଇଯାଉଛି,ଯେତେବେଳେ ଜଣେ ସଦସ୍ୟଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। ତେଲୁଗୁରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଅଭିନେତା ଶ୍ରୀକାନ୍ତ ଅୟଙ୍ଗରଙ୍କ ଉପରେ ଅଭିନୀତ ହୋଇଛି। ଅଗସ୍ତ୍ୟ ମଞ୍ଜୁ ଏହାର ନିର୍ଦେଶନା ଦେଇଛନ୍ତି।

   Related Posts