Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

‘ସରକାର ଆପ୍ କରୋନାକୋ ଲାତ ମାରକର ବାପସ…’ବଚ୍ଚନଙ୍କୁ ରାମୁଙ୍କ ଟ୍ବିଟ୍,ଭାଇରାଲ୍

13/07/2020 at 3:15 PM

ମୁମ୍ବାଇ ୧୩/୭: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଏବଂ ତାଙ୍କ ପୂରା ପରିବାର କରୋନା ସଂକ୍ରମିତ ହୋଇଛନ୍ତି। ଅମିତାଭ ଏବଂ ଅଭିଷେକ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଐଶ୍ବର୍ଯ୍ୟା ଏବଂ ଆରାଧ୍ୟା ଘରେ ଚିକିତ୍ସିତ ହେଉଛନ୍ତି। ବଚ୍ଚନ ପରିବାର କରୋନା ଭାଇରସର ଶିକାର ହେବାର ଖବର ଆସିବା ପରେ ତାଙ୍କ ପ୍ରଶଂସକ ଏବଂ ଷ୍ଟାର ପ୍ରତିକ୍ରିୟା ଦେଇଥିଲେ। ସମସ୍ତେ ତାଙ୍କ ଆରୋଗ୍ୟ ପାଇଁ କାମନା କରିଥିଲେ।

ଏହି ସମୟରେ ପ୍ରସିଦ୍ଧ ନିର୍ମାତା-ନିର୍ଦେଶକ ରାମ ଗୋପାଳ ବର୍ମା ମଧ୍ୟ ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ରାମ ଗୋପାଳ ବର୍ମା ଅମିତାଭଙ୍କୁ କରୋନା ଭାଇରସରୁ ଖୁବ୍ ଶୀଘ୍ର ଠିକ୍ ହେବା ପାଇଁ ଏକଦମ୍ ଭିନ୍ନ ଅନ୍ଦାଜରେ କାମନା କରିଛନ୍ତି। ରାମ ଗୋପାଳ ବର୍ମା ଟ୍ବିଟରେ ଲେଖିଛନ୍ତି- ‘ସରକାର ମୋତେ ପୂରା ବିଶ୍ବାସ ଯେ ଆପଣ କରୋନାକୁ ଗୋଇଠା ମାରି ମଜବୁତି ସହ ପୁଣି ଥରେ ଫେରିବେ ଯେପରି ଆପଣ ସବୁବେଳେ ରୁହନ୍ତି। ’

‘ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବି ନାହିଁ,କିନ୍ତୁ ମୁଁ କରୋନା ପାଇଁ ନିଶ୍ଚୟ ପ୍ରାର୍ଥନା କରିବି ଯିଏ ଆପଣଙ୍କୁ ଆକ୍ରମଣ କଲେ ନିଶ୍ଚିତ ଭାବେ ମୃତ୍ୟୁବରଣ କରିବ।’ ଅମିତାଭଙ୍କ ପାଇଁ ରାମ ଗୋପାଳ ବର୍ମାଙ୍କ ଏହି ଟ୍ବିଟ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। କେତେକ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ସହ ତାଙ୍କ ପ୍ରଶଂସକ ମଧ୍ୟ ଏହି ଟ୍ବିଟରେ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି। ଅମିତାଭ, ରାମ ଗୋପାଳ ବର୍ମାଙ୍କ ସରକାର,ଆଗ୍ ଏବଂ ସରକାର ୩ରେ କାମ କରିଛନ୍ତି।

   Related Posts