'ଟିଚର୍ ଟିଚର୍, ଅର୍ଣ୍ଣବ ମୁଝେ ଗାଲି ଦେ ରହା ହେ...'ରାମ ଗୋପାଲ ବର୍ମା କାହିଁକି କହିଲେ ଏମିତି ? କ'ଣ ପାଇଁ କହିଲେ 'ଠୁ ଲେଟ୍' ?

Published By : Prameya-News7 Bureau | October 13, 2020 IST

ମୁମ୍ବାଇ, ୧୩ ।୧୦:   ବଲିଉଡ ଜଗତର ଛବି ଖରାପ କରିଥିବାରୁ ସୋମବାର ୩୮ଟି ଫିଲ୍ମ ପ୍ରଡକ୍ସନ ହାଉସ ଓ କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କିଛି ଗଣମାଧ୍ୟମ ବିରୋଧରେ ମାମଲା ଦାଏର କରିଥିଲେ । ସେହିପରି ୪ଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ କୋର୍ଟରେ ଆବେଦନ କରାଯାଇଥିଲା । ଏହାସହ ବଲିଉଡକୁ ଅପମାନ ଦେବା ଓ ବଦନାମ କରିବା ପାଇଁ ଷଡଯନ୍ତ୍ର ରଚୁଥିବା କିଛି ଟିଭି ଚ୍ୟାନେଲ୍ ଓ ସାମ୍ବାଦିକଙ୍କକୁ ରୋକିବା ପାଇଁ ଅପିଲ ହୋଇଥିଲା ।

wp:html /wp:html

ଏହି ଆବେଦନ ଦାଖଲ କରିଥିବା ପ୍ରଡକ୍ସନ ହାଉସ୍ ମଧ୍ୟରେ ଶାହରୁଖ ଖାନ, ସଲମାନ ଖାନ, ଅମିର ଖାନ, ଅଜୟ ଦେବଗନଙ୍କ ହାଉସ୍ ସାମିଲ ଥିଲେ । ତେବେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଏହି ପଦକ୍ଷେପକୁ ବିଳମ୍ବିତ ବୋଲି କହିଛନ୍ତି ।

ରାମ ଗୋପାଳ ବର୍ମା ଟ୍ୱିଟ୍ କରି କହିଛନ୍ତି ଯେ, ସେ ଦୀର୍ଘଦିନ ହେବ ବଲିଉଡକୁ ଏଦିଗରେ ପଦକ୍ଷେପ ନେବାକୁ କହୁଥିଲେ । ଡ୍ରଗ୍ସ ମାମଲାରେ ଯେତେବେଳେ ବଲିଉଡର ଛବି ଖରାପ କଲା ଭଳି କୁହାଗଲା ସେତେବେଳେ ମଧ୍ୟ ସେ ସମସ୍ତଙ୍କୁ ଏକାଠି ହେବାକୁ କହିଥିଲେ । ଏବେ ବଲିଉଡ୍ ଯାହା ପଦକ୍ଷେପ ନେଇଛି ତାହା ବିଳମ୍ବରେ ହୋଇଛି । ଏହା ଥଣ୍ଡା ମଧ୍ୟ । ସମସ୍ତେ କୋର୍ଟରେ ଜଣେ ଛାତ୍ରଙ୍କ ପରି ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯେପରି ସାର୍, ମୋତେ ଅର୍ଣ୍ଣବ ଗାଳି କରୁଛନ୍ତି ।

ବଲିଉଡ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଁଚିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଏପରିକି କେହିକେହି ବଲିଉଡକୁ ବୟକଟ୍ କରିବାକୁ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି । ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଏହାକୁ ନେଇ କିଛି ନାମିଦାମୀ କଳାକାରଙ୍କୁ ସମାଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.