Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

‘ଅବ୍‌ ତୋ ମାନ ଜାଓ ଯୋଗୀ ଜୀ, ଭଗବାନ୍‌ ରାମ ପରେଶାନ ହୋ ଗଏ ହେଁ’

12/10/2021 at 6:52 PM

ମୁରାଦାବାଦ ୧୨/୧୦: ବର୍ତ୍ତମାନ ପରିସ୍ଥିତିରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବିଜୁଳି କାଟ୍‌ ମୁଣ୍ଡବିନ୍ଧାର କାରଣ ଚାଲିଛି। ନବରାତ୍ର ଚାଲିଥିବା ବେଳେ ପାଓ୍ବାର କଟ୍‌ ନିଶ୍ଚିତ ରୂପେ ଲୋକମାନଙ୍କୁ ଦୁଃଖି କରିଛି। ବିଭିନ୍ନ ଅଞ୍ଚଳରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ସେମାନେ ବିଦ୍ୟୁତ କାଟକୁ ନେଇ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରୁଛନ୍ତି। ଗୋଟିଏ କି ଦୁଇ ଦିନର କଥା ହୋଇଥିଲେ ଚଳିଯାଇଥାନ୍ତା। କିନ୍ତୁ ଏମିତି ଲଗାତାର ହେଉଥିବାରୁ ରାମଲୀଳା କଳାକାରମାନେ ଏବେ ଯୋଗୀ ସରକାରଙ୍କ ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ହାତରେ କ୍ୟାଣ୍ଡେଲ୍‌ ଧରି ପ୍ରଦର୍ଶନ କରିଛନ୍ତି ।

ଠିକ ଏହି ସମୟରେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହେବାରେ ଲାଗିଛି। ସେଥିରେ ଜଣେ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାର  ନିଜର ମନର ବ୍ୟଥା ବଖାଣିଛନ୍ତି।  ସେ କହିଛନ୍ତି, ଏମିତି ଆଗରୁ କେବେ ହୋଇନଥିଲା। କିନ୍ତୁ ଏଥର ନଗର ନିଗମ ଅଧିକାରୀ ମାନେ କୌଣସି ପ୍ରକାର ସୁବିଧା ଦେଉନାହାନ୍ତି।  ବିଦ୍ୟୁତ କାଟ ହେଉଥିବାରୁ ଏବେ ଆମେ ହାତରେ ମହମବତୀ ଧରି ରାମଲୀଳା ପ୍ରଦର୍ଶନ କରୁଛୁ ବୋଲି ସେ କହିଛନ୍ତି।   

କଳାକାରମାନେ ଯୋଗୀ ସରକାରଙ୍କ ଉପରେ ଅଭିଯୋଗ ଆଣି ଖୁବଶୀଘ୍ର ବିଦ୍ୟୁତ କାଟର ସମାଧାନ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି କଳାକାର। ଚାନ୍ଦା ଆଦାୟ କରି ରାମଲୀଳା ଆୟୋଜନ ହେଉଥିବା ବେଳେ ସବୁ ଦିନ ଜେନେରେଟର ଆଣି ହେବ ନାହିଁ ବୋଲି ‘ରାମ’ କହିଛନ୍ତି। ଏମିତି ଏକ ଭିଡିଓ ଭାଇରାଲ୍‌ ହେବା ପରେ ଅନେକ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ମିଳୁଛି।

ରବୀଶ କ୍ୟୁରେଶୀ ନାମକ ଜଣେ  ଟ୍ବିଟର ୟୁଜର ଲେଖିଛନ୍ତି, ‘ଅବ ତୋ ମାନ ଜାଓ ଯୋଗୀ ଜୀ, ଭଗବାନ ରାମ ପରେଶାନ ହୋ ଗଏ ହେଁ ।’ ଆରଏଲଡି ନେତା ପ୍ରଶାନ୍ତ କନୌଜିଆ ଭିଡିଓରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ୟହି ତୋ ରାମ ରାଜ୍ୟ ହୈ, ଜହାଁ ରାମ, ସୀତା ଏବଂ ଲକ୍ଷ୍ମଣ ଜୀ ଖୁଦ ପ୍ରଦର୍ଶନ କର ରହ ହୈ କ୍ୟୁ କି ଉତ୍ତରପ୍ରଦେଶ ମେଁ ବିଜଲୀ ନେହିଁ ଆତି।’ 

ସେ ଲେଖିଛନ୍ତି, ଏମିତି ହିଁ ରାମ ରାଜ୍ୟ, ଯେଉଁଠି ରାମ, ସୀତା ଏବଂ ଲକ୍ଷ୍ମଣ ଆସି ପ୍ରଦର୍ଶନ କରୁଛନ୍ତି। କାରଣ ଉତ୍ତରପ୍ରଦେଶରେ ବିଜୁଳି କାଟ ହେଉଛି। କଂଗ୍ରେସ ନେତା ସଞ୍ଜୟ ନିରୂପମ୍‌ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହା ସତରେ କଳିଯୁଗ। ସୁନାମଧନ୍ୟ ରାମ ରାଜ୍ୟରେ ରାମ କ୍ୟାଣ୍ଡେଲ ଧରି ପ୍ରଦର୍ଶନ କରୁଛନ୍ତି।

   Related Posts