କେନ୍ଦ୍ର ମନ୍ତ୍ରୀ ପାଶଓ୍ବାନ ସାଲାଡ କରିବା ଲାଗି ୪୨୦ ଟଙ୍କା କିଲୋ ଦାମର ଆପଲ କାଟିଲେ : ଆପଲ୍ ଉପରେ ଲାଗିଥିବା ମହମ ଦେଖି ଚିଡ଼ିଗଲେ

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ ୧୮/୯: ଆପଣ ପ୍ରତିଦିନ ଖାଦ୍ୟପେୟରେ ମିଶ୍ରଣ ଖବର ତ ଶୁଣୁଥିବେ। ଏହାକୁ ନେଇ ଗ୍ରାହକ ଅଭିଯୋଗ କରୁଛନ୍ତି କିନ୍ତୁ ଏହାର କୌଣସି ଖାସ୍ ଫାଇଦା ମିଳୁନାହିଁ। ଏବେ କେନ୍ଦ୍ର ମନ୍ତ୍ରୀ ଏହି ସମସ୍ୟାରେ ପଡ଼ିଛନ୍ତି। ମୋଦି ସରକାରଙ୍କ ଖାଦ୍ୟ ଏବଂ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବେ।

ବାସ୍ତବରେ, ଦକ୍ଷିଣ ଦିଲ୍ଲୀର ଖାନ୍ ମାର୍କେଟରେ ସ୍ଥିତ ଏକ ଫଳ ଦୋକାନରେ ଆଣିଥିବା ସେଓରେ ରାମ ବିଳାସ ପାଶଓ୍ବାନ ମହମର ପରସ୍ତ ଦେଖିଥିଲେ। ଏହା ସେଓକୁ ଅଧିକ ଆକର୍ଷକ କରିବା ପାଇଁ ଲଗାଯାଇଥିଲା। ରାମ ବିଳାସ ଏହି ମୁଦ୍ଦାକୁ ଉଠାଇବାରୁ ବିଭିନ୍ନ ଏଜେନ୍ସି କାର୍ଯ୍ୟାନୁଷ୍ଠାନ କରିବା ଅବସ୍ଥାରେ ଆସିଥିଲେ ଏବଂ ତାଙ୍କ ମନ୍ତ୍ରାଳୟ ଖାଦ୍ୟ ସୁରକ୍ଷା ନିୟାମକକୁ ପତ୍ର ଲେଖି ଉପଭୋକ୍ତାଙ୍କୁ ବିଷାକ୍ତ ଜିନିଷ ଥିବା ଖାଦ୍ୟ ପଦାର୍ଥ ବିକ୍ରି ଉପରେ ଧ୍ୟାନ ଦେବାକୁ କହିଛନ୍ତି।

ପାସଓ୍ବାନ କହିଛନ୍ତି ଯେ ସେ ଏକ ପ୍ରତିଷ୍ଠିତ ଦୋକାନରୁ ସେଓ କିଣିଥିଲେ। ସେ ରଶିଆନ୍ ସାଲାଡ ପ୍ରସ୍ତୁତ କରିବା ପାଇଁ ରୋଷେୟାକୁ ସେଓ ଧୋଇଦେବାକୁ କହିଥିଲେ। ସେ ସବୁ ଜିନିଷକୁ ଭଲ ଭାବେ ଧୋଇ ଖାଆନ୍ତି। ରୋଷେୟା ଜଣକ ତାଙ୍କୁ କହିଥିଲେ ଯେ ସେଓ ଧୋଇବା ସତ୍ବେ ଚମକୁଛି। ଏହା ପରେ ସେଓ ଉପରେ ମୋଟା ପରସ୍ତ ଛୁରୀରେ ହଟାଇଥିଲେ। ଏହି ସେଓର ମୂଲ୍ୟ ପ୍ରତି କିଲୋଗ୍ରାମକୁ ୪୨୦ଟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.