ଶ୍ରୀ ରାମଭୂମି ମନ୍ଦିର ନିଧି ସମପର୍ଣ ସମିତିର ବୈଠକ, ଅଯୋଧ୍ୟାରେ ରାମ ମନ୍ଦିର ନିମନ୍ତେ ପାଣ୍ଠି ସଂଗ୍ରହ ନେଇ ଆଲୋଚନା

Published By : Prameya-News7 Bureau | January 14, 2021 IST

ତେଳକୋଇ ୧୪।୦୧: ଶ୍ରୀ ରାମଭୂମି ମନ୍ଦିର ନିଧି ସମପର୍ଣ ସମିତି ଓଡିଶା ଶାଖା ପକ୍ଷରୁ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଛି । ଏନେଇ ଆଜି ତେଲକୋଇ ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

{"id":392177,"sizeSlug":"large","linkDestination":"none"}

ବୈଠକରେ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ଅଭିଯାନର ଠାକୁର ଚରଣ ମହାନ୍ତ, ଅଭିଯାନ ପାଳକ ବୀରକିଶୋର ମହାନ୍ତ, ପଦ୍ମ ଚରଣ ସାହୁ,ହଟକିଶୋର ସାହୁ, ମୋହନ ଚରଣ ମହାନ୍ତ, ନିରଞ୍ଜନ ସାହୁ, ଖଗେଶ୍ବର ମହାନ୍ତ ପ୍ରମୁଖ ଯୋଗଦେଇ  ଆଲୋଚନା କରିଛନ୍ତି  । ଶ୍ରୀ ରାମ ମନ୍ଦିର ନର୍ମାଣ ପାଇଁ ଯଥାଶକ୍ତି ଦାନ ଦେବା ପାଇଁ ବୈଠକରେ ହିନ୍ଦୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିବେଦନ କରାଯାଇଛି । ବୈଠକ ପରେ ସମିତି ଆଜି ଠାରୁ ତେଲକୋଇ ବ୍ଲକର ପ୍ରତ୍ୟେକ ଗାଁ ଗାଁ ବୁଲି ସେଠାରେ ଲୋକଙ୍କୁ ମନ୍ଦିର ନିର୍ମାଣ ସମ୍ବନ୍ଧରେ ବୁଝାଇବା ସହ  ନିର୍ମାଣ ନିମନ୍ତେ ସମର୍ପଣ ଭାବରେ ଦିଆଯାଉଥିବା ଦାନକୁ ଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.