ରାମମନ୍ଦିର ଭୂମି ପୂଜା ଲାଗି ଅଋଣ ଗୋଭିଲ ଓ ଦୀପିକା ଚିଖଲିଆ ଏପରି ବ୍ୟକ୍ତ କଲେ ଖୁସି

Published By : Prameya-News7 Bureau | August 05, 2020 IST

ମୁମ୍ବାଇ : ଅଯୋଧ୍ୟା ରାମ ଜନ୍ମଭୂମିରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆଧାରଶିଳା ରଖିଛନ୍ତି। ସାରା ଦେଶରେ ଏହାକୁ ନେଇ ଖୁସିର ଲହରି ଖେଳିଯାଇଥିବା ବେଳେ ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଟେଲିଭିଜନ ସିରିଏଲ ‘ରାମାୟଣ’ର ଦୁଇ ମୁଖ୍ୟ କଳାକାର ଅଋଣ ଗୋଭିଲ ଓ ଦୀପିକା ଚିଖଲିଆ ମଧ୍ୟ ସେମାନଙ୍କ ଖୁସି ବ୍ୟକ୍ତ କରିଛନ୍ତି।

wp:html /wp:html

ରାମାୟଣ ଧାରାବାହିକରେ ଅଋଣ ଗୋଭିଲ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହିପରି ମାତା ସୀତାଙ୍କ ଭୂମିକା ଦୀପିକା ଚିଖଲିୟା ଅବତୀର୍ଣ୍ଣ ହୋଇଥିଲେ। ୧୯୮୭ ମସିହାରେ ଏହି ଧାରାବାହିକ ଟେଲିଭିଜନ ଜାତୀୟ ଚାନେଲରେ ପ୍ରସାରିତ ହେବା ବେଳେ ସାରା ଦେଶରେ ଅଶେଷ ଲୋକପ୍ରୀୟତା ଅର୍ଜନ କରିଥିଲା। ଦର୍ଶକେ ରାମ ଓ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ୨ କଳାକାରଙ୍କ ଅଭିନୟରେ ଏତେମାତ୍ରାରେ ଅଭିଭୂତ ଥିଲେ ଯେ ସେମାନଙ୍କୁ ଅସଲ ଜୀବନରେ ମଧ୍ୟ ରାମସୀତା ଧରି ନେଇଥିଲେ।

{"id":310290,"sizeSlug":"large"}

ଟେଲିଭିଜନରୁ ରାମାୟଣ ଧାରାବାହିକ ଅନେକ ବର୍ଷରୁ ସମାପ୍ତ ହେଲାଣି। ହେଲେ ଲୋକେ ସେମାନଙ୍କୁ ଏବେବି ଭୁଲି ନାହାନ୍ତି। ତେବେ ଏହି ଧାରାବାହିକ ଦେଶରେ ରାମମନ୍ଦିର ଆନ୍ଦୋଳନକୁ ବେଶେ ପ୍ରୋତ୍ସାହିତ କରିଥିଲା। ଦୀର୍ଘ ବର୍ଷ ପରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମମନ୍ଦିର ଲାଗି ଶିଳାନ୍ୟାସ କରିଛନ୍ତି। ଏଥିରେ ଅଋଣ ଗୋଭିଲ ଖୁସି ବ୍ୟକ୍ତ କରିଥିବା ବେଳେ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦେଶର ଇତିହାସରେ ଆଜିର ଦିନ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ମନ୍ଦିର ନିର୍ମାଣ ଅଗଣିତ ରାମଭକ୍ତଙ୍କ ସ୍ୱପ୍ନ ସାକାର କରିବ। ଏହି ଅବସରରେ ସେ ସମସ୍ତଙ୍କୁ ହାର୍ଦ୍ଦିକ ବଧାଇ ଓ ଶୁଭକାମନା ଜ୍ଞାପନା କରିଛନ୍ତି।

wp:html
/wp:html

ସେହିପରି ଅଭିନେତ୍ରୀ ଦୀପିକା ଚିଖଲିଆ ତାଙ୍କ ଇଂଷ୍ଟାରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ହାତରେ ଏକ ଦୀପ ଜଳାଇ ସମସ୍ତଙ୍କୁ ଭୂମି ପୂଜାର ଅଭିନନ୍ଦନ ଜ୍ଞାପନ କରିଛନ୍ତି। ତେବେ ଏହି ଭିଡିଓ ଲାଗି ଦୀପିକା ଯେଉଁ କ୍ୟାପସନ ଲେଖିଛନ୍ତି ତାହା ବାସ୍ତବିକ୍ ଉଲ୍ଲେଖନୀୟ। ଏଥିରେ ସେ ସମସ୍ତ ଭାରତୀୟଙ୍କ ଲାଗି ଏହା ଏକ ଗୌରବର ଦିନ ବୋଲି ଲେଖିଥିବା ବେଳେ ଦୀର୍ଘ ୫ସହ ବର୍ଷର ସଂଘର୍ଷ ପରେ ଶ୍ରୀରାମ ଘରକୁ ଫେରୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓକୁ ଲୋକେ ବେଶ ପସନ୍ଦ କରୁଥିବା ବେଳେ ସେୟାରର ମାତ୍ର କିଛି ସମୟରେ ୪୫ ହଜାରରୁ ଅଧିକ ଲୋକେ ଦେଖି ସାରିଥିଲେ।

{"id":310291,"sizeSlug":"large"}

ସାରା ଦେଶରେ ମାର୍ଚ୍ଚ ୨୫ରୁ କରୋନା ଲକଡାଉନ୍‌ ହୋଇଥିଲା। ଏହି ସମୟରେ ଲୋକେ ଘରେ ରହି ବିରକ୍ତ ହେବା ଯୋଗୁ ଦୂରଦର୍ଶନ ପୁଣି ଥରେ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକର ପ୍ରସାରଣ ଆରମ୍ଭ କରିଥିଲା। ଏହା ମଧ୍ୟ ବେଶ ଲୋକପ୍ରୀୟତା ହାସଲ କରିବା ସହ ଟେଲିଭିଜନ ଟିଆରପିରେ ନୂଆ ରେକର୍ଡ କାୟମ କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.