ନୀଳଗିରି ରଥଯାତ୍ରା ପାଇଁ ଉଠିଲା ସ୍ୱର: ଏକାଠି ହେଲେ ଅଞ୍ଚଳବାସୀ, ନଗର ପରିକ୍ରମା କରି କଲେ ବିକ୍ଷୋଭ

Published By : Prameya-News7 Bureau | June 18, 2021 IST

ନୀଳଗିରି ୧୮/୬ : ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ବିଭିନ୍ନ ଆଡୁ ହୋଇଆସୁଛି ଦାବି । ତେବେ ଆଜି ଏହି ଆନ୍ଦୋଳନ ତୀବ୍ର ରୂପ ନେଇଛି । ରାଜ୍ୟ ସରକାର ପୁରୀ ରଥଯାତ୍ରା ବ୍ୟତୀତ ଅନ୍ୟ ସବୁ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି ।

wp:gallery {"ids":[467729],"linkTo":"none"} /wp:gallery

ଏନେଇ ଚାରିଆଡୁ ଅସନ୍ତୋଷ ଲାଗିରହିଥିଲା । କୋଭିଡ କଟକଣା ଭିତରେ ରଥଯାତ୍ରା କରିବାକୁ ମନ୍ଦିର ପୂଜକ, ସେବକଙ୍କ ସମେତ ବହୁ ଅଞ୍ଚଳବାସୀ ଦାବି କରି ଆସୁଥିଲେ । ସରକାରଙ୍କୁ ଦାବିପତ୍ର ଦେବାସହ ଜିଲ୍ଲାପାଳଙ୍କୁ ଭେଟି ରଥଯାତ୍ରା କରିବାକୁ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା ।

wp:gallery {"ids":[467730],"linkTo":"none"} /wp:gallery

ସମୟ ଗଡି ଚାଲୁଥିବାବେଳେ ସରକାର ଏହାର ପୁନଃ ବିଚାର କରିବାକୁ ଦାବିକରି ମନ୍ଦିର ପୂଜକ ଓ ଅଞ୍ଚଳବାସୀ ମନ୍ଦିର ଆଗରେ ଦୀପ ଜଳାଇ ପ୍ରତିବାଦ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ନୀଳଗିରି ଜଗନ୍ନାଥ ମନ୍ଦିର ପୂଜକ ଓ ସେବକ ଓ ଭକ୍ତମାନେ ସକାଳେ ନଗର ସଂକୀର୍ତ୍ତନ କରି ଅଭିନବ ପ୍ରତିବାଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.