ମୁମ୍ବାଇ ୨୬/୦୯ ରକୁଲ ପ୍ରୀତ୍ ସିଂ ହେଉଛନ୍ତି ବଲିଉଡ୍ ର ଏଭଳି ଅଭିନେତ୍ରୀ ଯିଏକି ଖୁବ୍ ଚର୍ଚ୍ଚିତ ଚେହେରା । ତେଣୁ ଦର୍ଶକ ତାଙ୍କୁ ସ୍କ୍ରିନ୍ ରେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି । ରକୁଲ ପ୍ରୀତ୍ ଙ୍କ ଚେହେରାରେ ସବୁ ପ୍ରକାରର ଭୂମିକା ପାଇଁ ଏକଦମ ଫିଟ୍ ହୋଇଥାଏ । ସେ ଏମିତି ଏକ ଅଭିନେତ୍ରି ଯିଏକି ଖୁବ୍ କମ୍ ସମୟରେ ବଡ଼ ବଡ଼ ବଜେଟ୍ ର ଫିଲ୍ମ କରି ହିଟ୍ ହୋଇପାରିଛନ୍ତି ।
ତେବେ କିଛିଦିନ ହେବ ତାଙ୍କର ଏକ ପୋଷ୍ଟ ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ମାନେ ରାଗି ଯାଇଛନ୍ତି । ଇନଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ଚେହେରା ଏକଦମ୍ ଅଲଗା ଭାବରେ ନଜର ଆସିଛନ୍ତି । ତାଙ୍କର ଉକ୍ତ ଫଟୋରୁ ତାଙ୍କୁ ଚିହ୍ନିବା କଷ୍ଟକର୍ ହୋଇପଡ଼ିଛି । ପୋଷ୍ଟ କରିବାର ମାତ୍ର କିଛି ସମୟ ଭିତରେ ଫଟୋଟିକୁ ୪ ଲକ୍ଷରୁ ଅଧିକ ଲାଇକ୍ ମିଳିଛି ।
wp:html/wp:html
ହେଲେ କମେଣ୍ଟ ଦେଖିଲେ ଲାଗୁଛି ଯେପରି ଫଟୋକୁ ଡିସଲାଇକ୍ ହୋଇଥିବା ସଂଖ୍ୟା ଅନେକ ରହିଛି । ଫଟୋରେ ତାଙ୍କ ପତଳା ନାକ ଓ ଗାଲକୁ ଦେଖି ଦର୍ଶକଙ୍କୁ ଲାଗୁଛି ସେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି । ତେଣୁ ଲୋକମାନେ କମେଣ୍ଟରେ କହିଛନ୍ତି ଯେ, ଏ କିଏ ? । ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି ଯେ, ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି କି, ବଲିଉଡ୍ ବାଲାଙ୍କୁ କଣ ହୋଇଛି? ।
ଏହି ଫଟୋ ସେୟାର କରି ରକୁଲ କ୍ୟାପସନରେ ଲେଖିଛନ୍ତି, କି 'ଅନ୍ ଡିମାଣ୍ଡ ପୋଷ୍ଟ' ଏହା ସହିତ ସେ ହସୁଥିବା ଇମୋଜି ଦେଇଛନ୍ତି। କିନ୍ତୁ ଯେଉଁମାନେ ଏହାକୁ ଦେଖୁଛନ୍ତି ସେମାନେ ଅଭିନେତ୍ରୀଙ୍କୁ ଟ୍ରୋଲ କରିଛନ୍ତି।