Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜ୍ୟାକି ଭଗ୍ନାନୀଙ୍କ ପ୍ରେମରେ ପଡିଲେ ସାଉଥ୍ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍ : କହିଲେ ‘ତୁମେ ମୋର ବଡ ଉପହାର’

11/10/2021 at 8:31 AM

ମୁମ୍ବାଇ ୧୧/୧୦ : ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରିତ। ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ପ୍ରଶଂସକଙ୍କ ହୃଦୟକୁ ମନରେ  ଖୁବ୍‌ ରାଜ୍‌ କରନ୍ତି । ୩୧ ବର୍ଷିୟା  ରକୁଲ୍‌ ପ୍ରୀତ ବର୍ତ୍ତମାନ ନିଜ ପ୍ରଂଶସକଙ୍କୁ ଏକ ନିଆରା ଉପହାର ଦେଇଛନ୍ତି। ଅଭିନେତ୍ରୀ ଜ୍ୟାକି ଭାଗ୍ନାନୀଙ୍କ ସହ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଉଭୟ ଏକ ସମ୍ପର୍କରେ ଅଛନ୍ତି ଏବଂ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଅଫିସିଆଲ୍ ଭାବେ ଘୋଷଣା କରିଛନ୍ତି । ସେ ଫିଲ୍ମ ନିର୍ମାତା ତଥା ଅଭିନେତା ଜ୍ୟାକି ଭାଗ୍ନାନୀଙ୍କୁ ଡେଟ କରୁଛନ୍ତି। ରକୁଲ ପ୍ରୀତ ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କ ଘୋଷଣା କରିବା ମାତ୍ରେ ପ୍ରଶଂସକମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କେବଳ ଏତିକି ନୁହେଁ, ରକୁଲ ପ୍ରୀତ ସିଂ ତାଙ୍କ ପ୍ରେମିକ ଜ୍ୟାକି ଭାଗ୍ନାନୀଙ୍କ ପାଇଁ ଏକ ସୁନ୍ଦର ନୋଟ୍ ମଧ୍ୟ ଲେଖିଛନ୍ତି।

ରକୁଲ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ପ୍ରଯୋଜକ ଜ୍ୟାକି ଭଗନାନୀଙ୍କ ଏନେଇ ଏକ ଫଟୋ ସେୟାର କରିଛନ୍ତି। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ନେଇ ସ୍ପଷ୍ଟ କରିଛନ୍ତି। ଏକ ଫଟୋ ସହ ଲମ୍ବା ପୋଷ୍ଟ କରି ରକୁଲ କହିଛନ୍ତି, ‘ଥ୍ୟାଙ୍କ ୟୁ ମାଇ ହାର୍ଟ। ତୁମେ ଏହି ବର୍ଷ ମୋ ପାଇଁ ସବୁଠାରୁ ବଡ଼ ଉପହାର। ମୋ ଜୀବନରେ ରଙ୍ଗ ଭରିଥିବା ପାଇଁ ଧନ୍ୟବାଦ। ସବୁବେଳେ ହସାଇବା ପାଇଁ ଧନ୍ୟବାଦ। ହାତରେ ହାତ ମିଶାଇ ଆମକୁ ଅନେକ ସ୍ମୃତି ଗଢ଼ିବାର ରହିଛି ଜ୍ୟାକି’ ବୋଲି ସେ ଲେଖିଛନ୍ତି। ରକୁଲଙ୍କ ଏଭଳି ପୋଷ୍ଟ ପରେ ପ୍ରଶଂସକ ଚକିତ ହୋଇଯାଇଛନ୍ତି। ଅନେକ ଷ୍ଟାର ଏହାକୁ ଦେଖି  ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅପରପକ୍ଷେ ଜ୍ୟାକି ମଧ୍ୟ ସମାନ ଫଟୋ ସେୟାର କରିଛନ୍ତି । ଏବଂ ସେ ଲେଖିଛନ୍ତି କି  ‘ତୁମ ବିନା ଦିନ, ଦିନ ଭଳି ଲାଗେନା, ତୁମ ବିନା ସ୍ବାଦିଷ୍ଟ ଖାଇବାରେ ମଧ୍ୟ ଖାଦ୍ୟର ସ୍ବାଦ ନ ଥାଏ। ସବୁଠାରୁ ସୁନ୍ଦର ଯୁବତୀକୁ ଜନ୍ମଦିନର ଶୁଭେଚ୍ଛା ପଠାଉଛି, ଯିଏ ମୋ ଦୁନିଆ। ଭଗବାନ କରନ୍ତୁ ତୁମ ଦିନ ସେତିକି ସୁନ୍ଦର ହେଉ ଯେତିକି ତୁମେ ଏବଂ ତୁମ ହସ। ହାପି ବର୍ଥ ଡେ ମୋ ରକୁଲପ୍ରୀତ ବୋଲି ସେ ଲେଖିଛନ୍ତି ।

   Related Posts