ଇନଷ୍ଟାଗ୍ରାମରେ ବଢ଼ିଲା ରକୁଲପ୍ରିତଙ୍କ ଫଲୋଅର୍ସଙ୍କ ସଂଖ୍ୟା : ଖୁସିରେ କହିଲେ ‘ଫଟୋଗ୍ରାଫି ଏକ କାହାଣୀ’

Published By : Prameya-News7 Bureau | May 31, 2020 IST

ମୁମ୍ବାଇ ୩୧/୫: ଅଭିନେତ୍ରୀ ରକୁଲପ୍ରିତ ସିଂହ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି ଯାହା ଯୋଗୁଁ ତାଙ୍କ ଲୋକପ୍ରିୟତା ମଧ୍ୟ ଲଗାତାର ବଢ଼ୁଛି। ନିକଟରେ ସେ ଏକ ପୋଷ୍ଟ୍ ସେୟାର କରି କହିଛନ୍ତି ଯେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ୧କୋଟି ୪୦ଲକ୍ଷ ଅତିକ୍ରମ କରିଗଲାଣି। ଏହି ଅବସରରେ ସେ ଭିନ୍ନ ଭିନ୍ନ ପୋଜ ଦେଇ ନିଜ ଫଟୋ ସେୟାର କରିଛନ୍ତି।

wp:core-embed/instagram {"url":"https://www.instagram.com/p/CA1hKy3BD9U/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CA1hKy3BD9U/?utm_source=ig_embed
/wp:core-embed/instagram

ନିଜ ପୋଷ୍ଟରେ ରକୁଲ ଲେଖିଛନ୍ତି ଯେ,‘ ଫଟୋଗ୍ରାଫି ଏକ ଏପରି କାହାଣୀ ଯାହାକୁ ଶବ୍ଦରେ ବର୍ଣ୍ଣନା କରିବାରେ କେହି ବି ବିଫଳ ହୋଇପାରନ୍ତି। ସ୍ପଷ୍ଟଭାବେ ସେ ମଧ୍ୟ ଏହାକୁ ଶବ୍ଦରେ କହି ପାରିବେ ନାହିଁ। ସେ ନିଜ ଇନଷ୍ଟା ପରିବାର ପ୍ରତି ବହୁତ ଆଭାରୀ। ଏହା ୧୪ମିଲିୟନରୁ ଅଧିକ ହୋଇ ଯାଇଛି।

wp:core-embed/instagram {"url":"https://www.instagram.com/p/CAw29NNBUdp/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAw29NNBUdp/?utm_source=ig_embed
/wp:core-embed/instagram

ଏହା ପୂର୍ବ ପୋଷ୍ଟରେ ରକୁଲ ନିଜର ଏକ ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫଟୋ ସେୟାର କରି ଲେଖିଥିଲେ,‘ରଙ୍ଗ ସବୁ କିଛି,କଳା ଏବଂ ଧଳା କିଛି ବେଶୀ….’

wp:core-embed/instagram {"url":"https://www.instagram.com/p/CAuA4-lBnb5/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAuA4-lBnb5/?utm_source=ig_embed
/wp:core-embed/instagram

ଏହା ପୂର୍ବରୁ ସେ ପେଟା ଇଣ୍ଡିଆ ସହ ଏକ ଅଭିଯାନର ଅଂଶ ହୋଇ ନିଜକୁ ଅତ୍ୟନ୍ତ ଉତ୍ସାହୀ ବୋଲି କହିଥିଲେ। ସେ କହିଥିଲେ ଯେ ଏହି କ୍ୟାମ୍ପେନ୍ ବିଶ୍ବ ପର୍ଯ୍ୟାବରଣ ଦିବସ ପାଇଁ,ଯାହା ଖୁବ୍ ଶୀଘ୍ର ସାମନାକୁ ଆସିବ। ଏଥିପାଇଁ ସେ ଏକ ଫଟୋ ସେୟାର କରିଥିଲେ,ଯେଉଁଥିରେ ସେ ପେଟା ଇଣ୍ଡିଆର ଟିଶାର୍ଟ ପିନ୍ଧିଥିବା ନଜର ଆସିଥିଲେ।

{"id":279029,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.