Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଟ୍ବିନ୍‌ ସିଟି ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ସକ୍ରିୟ ହେଲା ଯୁବ ଗ୍ୟାଙ୍ଗ, ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ

11/11/2021 at 8:55 PM

ମାଲକାନଗିରି, ୧୧/୧୧: ଗ୍ୟାଙ୍ଗମୟ ଓଡ଼ିଶା । ପୋଲିସର ନାକ ତଳେ ଚାରିଆଡ଼େ ସକ୍ରିୟ ହେଉଛି ଗ୍ୟାଙ୍ଗଟ୍ବିନ୍‌ ସିଟି ପରେ ବଲାଙ୍ଗୀର ଆଉ ଏବେ ମାଲକାନଗିରିରୁ ଆସିଛି ରକ୍ତ ଚରିତ୍ର ଯୁବ ଗ୍ୟାଙ୍ଗ ଗଠନର ଭିଡିଓ। ଗୁରୁବାର ଏହି ଭିଡିଓ ଭାଇରାଲ୍‌ ହେବା ପ​‌ରେ ଜିଲ୍ଲାବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ଭିଡିଓଟିକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଭାଇରାଲ୍‌ ଭିଡିଓରେ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି।

ଏକ ଟିଣ ଛପର ଘର ଉପରେ କିଛି ଯୁବକ ମଦ୍ୟପାନ କରିବା ସହ ଗଞ୍ଜେଇ ସେବନ କରି ଅନ୍ୟଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ମାଡ ଖାଉଥିବା ଯୁବକ ଯେତେ ନେହୁରା ହେଉଥିଲେ ବି ରକ୍ତ ଚରିତ୍ର ଗ୍ୟାଙ୍ଗ ତାଙ୍କୁ ଛାଡ଼ିନାହିଁ। ଭୁବନେଶ୍ବର ଏବଂ କଟକ ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନିଶାସକ୍ତ ଯୁବକଙ୍କ ଏଭଳି କାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ପଥଭ୍ରଷ୍ଟ ଯୁବକମାନେ ରକ୍ତ ଚରିତ୍ର ଯୁବ ଗ୍ୟାଙ୍ଗ ଗଠନ କରି ଭିଡିଓ ଭାଇରାଲ କରିଛନ୍ତି ।  

ଏହି ଭିଡିଓଟି ମାଲକାନଗିରି ଜିଲ୍ଲା ସଦର ମହକୁମାର ଥିବା କୌଣସି ଏକ ପରିତ୍ୟକ୍ତ ଘରେ ସୁଟ୍‌ କରାଯାଇଥିବା ସନ୍ଦେହ କରାଯାଉଛି। ସେପଟେ ଭାଇରାଲ୍‌ ଭିଡିଓ ସାମ୍ନାକୁ ଆସିବା ପରେ ମାଲକାନଗିରି ପୋଲିସ ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଅପରାଧୀମାନଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ କହିଛନ୍ତି ।   

   Related Posts