ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ : ଦଶହରାରେ ଦାସଲ୍ଟ ଏଭିଏସନଠୁ ଗ୍ରହଣ କରିବେ ପ୍ରଥମ ରାଫେଲ ଯୁଦ୍ଧ ବିମାନ

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ ୭/୧୦: ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଫ୍ରାନ୍ସର ଦାସଲ୍ଟ ଏଭିଏସନ୍  ଠାରୁ ପ୍ରଥମ ଲଢ଼ୁଆ ରାଫେଲ ବିମାନ ଗ୍ରହଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି । ଆସନ୍ତାକାଲି ଦଶହରା ଥିବା ବେଳେ ଦାସଲ୍ଟ ଏଭିଏସନ୍ ଭାରତକୁ ପ୍ରଥମ ବିମାନ ହସ୍ତାନ୍ତର କରିବ ।  ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଲଢୁଆ ରାଫେଲ ବିମାନକୁ ଭାରତୀୟ ବାୟୁସେନାର ଆନୁଷ୍ଠାନିକ ଭାବେ ସାମିଲ କରାଯିବ ।

{"id":167153}

ଆସନ୍ତାକାଲି ଫ୍ରାନ୍ସରେ ରାଜନାଥ ଶସ୍ତ୍ରପୂଜା ପାଳନ କରିବେ । ଶସ୍ତ୍ରପୂଜା ସମାପନ କରିବା ପରେ ହିଁ ରାଫେଲ ବିମାନକୁ ଗ୍ରହଣ କରିବା ସହ ତାକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଇବେ ରାଜନାଥ । ଦଶହରାରେ ଭାରତୀୟ ବାୟୁସେନା ତାର ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ଦିନ  ଲଢୁଆ ବିମାନ ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବାରୁ ଏହାକୁ ଏକ ସଂଯୋଗ କୁହାଯାଇପାରେ।

{"id":167154}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.