Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି କରୁଥିଲେ ୨ ସିକ୍ୟୁରିଟି ଗାର୍ଡ, ଧରିଦେଲେ ଗାଁ ଲୋକେ
  • ||
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା : ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ମାଗିବା ସହ ମଙ୍ଗଳ କାମନା କରୁଛି ଭଉଣୀ

25/08/2018 at 11:36 PM

ଭୁବେନଶ୍ବର ୨୬/୮ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଉତ୍ସବମୁଖର ପୁରରୁ ପଲ୍ଲୀ । ହସଖୁସି ଓ ଆନନ୍ଦ ଉଲ୍ଲାସରେ ଆଜି ସାରା ଦେଶରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଆଜିର ଦିନରେ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆହୁରୀ ମଜବୁତ କରିଥାନ୍ତି । ମିଠା, ପିଠା ଆଉ ରାକ୍ଷୀ ଧରି ବନ୍ଦାପନା କରିବା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ । ପ୍ରତି ବଦଳରେ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ମାଗିଛି । ରାକ୍ଷୀ ପିନ୍ଧିବା ପରେ ଭାଇମାନେ ସ୍ନେହରେ କିଛି ଉପହାର ଦେବା ପରମ୍ପରା ମଧ୍ୟ ରହିଛି ।
ସେପଟେ ଭାରତ-ପାକ ସୀମାର ଲାଇନ୍ ଅଫ୍ କଣ୍ଟ୍ରୋଲ ପାଖରେ ଭାରତୀୟ ଜବାନ ରକ୍ଷା ବନ୍ଧନ ପାଳିଛନ୍ତି । ପୁଞ୍ଚ ସେକ୍ଟରରେ ୩୯ ଆରଆର୍ ରେଜିମେଣ୍ଟର ଜବାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର ଉଭଣୀମାନେ । ଦେଶର ସୀମାରେ ସଦା ସତର୍କ ଥିବା ଭାରତୀୟ ସେନାର ସୁରକ୍ଷା ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି ।
ସେପଟେ ଆଜି ଶ୍ରୀମନ୍ଦିରରେ ବି ଗହ୍ମାପୂର୍ଣ୍ଣିମା ପାଳନ କରାଯିବ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରାକ୍ଷୀ ଲାଗି କରାଯିବ । ପାରମ୍ପରିକ ପାଟରାସେବକଙ୍କ ଦ୍ବାରା ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ ବି ହେବ । ବଳଭଦ୍ରଙ୍କ ଜନ୍ମୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କରାଯାଇଛି ।

   Related Posts