ରାଶି ଅନୁସାରେ ରାକ୍ଷୀ ବାନ୍ଧିବାର ଉଚିତ ସମୟ ଓ ନିୟମ ବିଷୟରେ ଜାଣନ୍ତୁ

Published By : Prameya-News7 Bureau | August 14, 2019 IST

ରାକ୍ଷୀକୁ ଈଶ୍ବରଙ୍କ ତରଫରୁ ବନ୍ଧା ଯାଉଥିବା ସାକ୍ଷାତ ସୁରକ୍ଷା କବଚ ବୋଲି କୁହାଯାଏ। ଉତ୍ତର ଭାରତରେ ଦିନବୋଳା ରାକ୍ଷୀ ବନ୍ଧା ଯାଇଥାଏ, କିନ୍ତୁ ଯେଉଁ ଲୋକମାନେ ଜ୍ୟୋତିଷ ଏବଂ ମୂହୁର୍ତ୍ତକୁ ବିଶ୍ବାସ କରନ୍ତି ତାଙ୍କୁ ଏଥର ନିମ୍ନ ମୁହୂର୍ତ୍ତ ଏବଂ ନିଜ ରାଶି ଅନୁସାରେ ରକ୍ଷା ବନ୍ଧନ ପାଳିବାକୁ ପଡ଼ିବ। ଏଥର ଅଗଷ୍ଟ ୧୫ତାରିଖରେ ଅର୍ଥାତ୍ ଆସନ୍ତା କାଲି ରାକ୍ଷୀ ପୂର୍ଣ୍ଣିମା ପଡ଼ୁଛି। ଏଥିପାଇଁ ଶୁଭ ମୂହୂର୍ତ୍ତ ସକାଳ ୬ଟାରୁ ୭:୩୦ ଏବଂ ଶ୍ରେଷ୍ଠ ମୁହୂର୍ତ୍ତ ଦ୍ବିପ୍ରହର ୧୨ଟାରୁ ୧:୩୦ଯାଏଁ ରହିଛି। ଏହି ଦିନ ଭାଇ ଏବଂ ଭଉଣୀକୁ ଉତ୍ତର ଦିଗ ଏବଂ ପଶ୍ଚିମ ଦିଗରେ ଯାତ୍ରା କରିବା ଅନୁଚିତ୍। ବିଶେଷ କରି ଦିନ ୩ଟାରୁ ୪.୩୦ କାଳ ଯୋଗରେ ଯାତ୍ରା ଏବଂ ଶୁଭ କାର୍ଯ୍ୟ କରନ୍ତୁ ନାହିଁ ନଚେତ୍ ଦୁର୍ଘଟଣାର ଶିକାର ହୋଇପାରନ୍ତି। ବିଶେଷ କରି ମିଥୁନ,ଧନୁ ଏବଂ ତୁଳା ରାଶି ଥିବା ବ୍ୟକ୍ତି ସାବଧାନ ରୁହନ୍ତୁ। ବିଛା ଏବଂ ମୀନ ରାଶି ଥିବା ବ୍ୟକ୍ତିଙ୍କୁ ଏହି ରାକ୍ଷୀ ପୂର୍ଣ୍ଣିମାରେ ବହୁତ କିଛି ମିଳିବ।

{"id":144293}

ମେଷ : ମଙ୍ଗଳ କାମନା କରି କୁମକୁମ କେସରର ତିଳକ କରି ଲାଲ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।

{"id":144294}

ବୃଷ : ଚାନ୍ଦି କିମ୍ବା ସିଲଭର ରଙ୍ଗର ରାକ୍ଷୀ ଦୁଇମୁଖୀ ରୁଦ୍ରାକ୍ଷ କିମ୍ବା ମୋତି ଥିବା ରାକ୍ଷୀ ବାନ୍ଧନ୍ତୁ। ତିଳକ କରି ବର୍ଫି ମିଠା ଖୁଆନ୍ତୁ।

{"id":144295}

ମିଥୁନ : ପନ୍ନା ଯୁକ୍ତ କିମ୍ବା ସବୁଜ ରଙ୍ଗର ଶୁଆ କିମ୍ବା ପେଣ୍ଡୁଲମ୍ ଯନ୍ତ୍ର ଥିବା ରାକ୍ଷୀ ବାନ୍ଧନ୍ତୁ,ଏହା ଦ୍ବାରା ଭାଇଙ୍କ ଭାଗ୍ୟ ଏବଂ ରାଜଯୋଗର ବାଟ ଫିଟିଯିବ ଏବଂ ଇଚ୍ଛା ପୂରଣ ହେବ। ମୋତିଚୂର ଲଡ଼ୁ ଖୁଆନ୍ତୁ।

{"id":144296}

କର୍କଟ : ଧଳା ରଙ୍ଗ କିମ୍ବା କ୍ରିମ ରଙ୍ଗର ସୂତାରେ ହୋଇଥିବା ମୋତି କିମ୍ବା ଗୋମତୀ ଚକ୍ର ଯୁକ୍ତ ରାକ୍ଷୀ ଭାଇଙ୍କୁ ବାନ୍ଧିଲେ ଭାଗ୍ୟ ଚମକି ଯିବ। କେସର ଯୁକ୍ତ ପାଏସ୍ ଖୁଆନ୍ତୁ।

{"id":144297}

ସିଂହ : ଉଦୟ ହେଉଥିବା ସୂର୍ଯ୍ୟ କିମ୍ବା ୭ଟି ଘୋଡ଼ା ବିଶିଷ୍ଟ ରାକ୍ଷୀ ଭାଇଙ୍କୁ ବାନ୍ଧନ୍ତୁ, ଲାଲ ଚନ୍ଦନରେ ତିଳକ କରି ପନିରର ଜିଲାପି ଖୁଆନ୍ତୁ।

{"id":144298}

କନ୍ୟା : ସବୁଜ ଡୋର ଥିବା ରାକ୍ଷୀ ବାନ୍ଧନ୍ତୁ। ପେସ୍ତା ଖୁଆନ୍ତୁ ଏବଂ ପିଞ୍ଜରାରେ ବନ୍ଦୀ ଥିବା ଦୁଇଟି ଶୁଆକୁ ମୁକ୍ତ କରି ଦିଅନ୍ତୁ। ଏହା ଦ୍ବାରା ଭାଗ୍ୟ ଖୋଲି ଯିବ,ବ୍ୟବସାୟ ଏବଂ ଚାକିରୀରେ ଲାଭ ମିଳିବ। ୧୦ଟି କିନ୍ନରଙ୍କୁ ସବୁଜ ବସ୍ତ୍ର ଏବଂ ମିଠା ଦିଅନ୍ତୁ।

{"id":144299}

 ତୁଳା : ଧଳା ଫିରୋଜା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ,କାଜୁର ବର୍ଫି ଖୁଆନ୍ତୁ।

{"id":144300}

ବିଛା : ବାଲସା ମିଠା ଖୁଆନ୍ତୁ,ଲାଲ ଚନ୍ଦନର ଟିକା କରି ଲାଲ,ଗୋଲାପି ଗୁଡ଼ି ଥିବା ରାକ୍ଷୀ ବାନ୍ଧନ୍ତୁ।

{"id":144301}

ଧନୁ : ଲଡ଼ୁ ଏବଂ ​‌ସୁନପାମ୍ପଡ଼ି ଖୁଆନ୍ତୁ,କେସରର ତିଳକ କରି ହଳଦିଆ ରାକ୍ଷୀ ବାନ୍ଧନ୍ତୁ। ବିବାହରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହେବ।

{"id":144302}

ମକର : ମୟୂର ଥିବା ରାକ୍ଷୀ ବାନ୍ଧନ୍ତୁ,ଜିଲାପି ଖୁଆନ୍ତୁ।

{"id":144304}

କୁମ୍ଭ : ଆକାଶୀ-ଫିରୋଜା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଧୋକଲା ଖୁଆନ୍ତୁ।

{"id":144307}

ମୀନ : କେସରର ତିଳକ କରି ହଳଦିଆ-କମଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। କେସର ବଟୀ ଏବଂ ରାଜଭୋଗ ଖୁଆନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.