୨୯ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ମହା ସଂଯୋଗ : ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ

Published By : Prameya-News7 Bureau | July 27, 2020 IST

ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସରେ ପାଳନ କରାଯାଇଥାଏ। ଏଥର ଏହି ପର୍ବ ଶ୍ରାବଣର ଶେଷ ସୋମବାର ଅର୍ଥାତ୍ ଅଗଷ୍ଟ ୩ତାରିଖରେ ପଡ଼ୁଛି। ଏହି ରାକ୍ଷୀ ପୂର୍ଣ୍ଣିମା ଅତ୍ୟନ୍ତ ଖାସ୍ ହେବ କାରଣ ଏବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ସର୍ବାର୍ଥ ସିଦ୍ଧି ଏବଂ ଆୟୁଷ୍ମାନ୍ ଦୀର୍ଘାୟୁର ଶୁଭ ସଂଯୋଗ ହେଉଛି। ଜ୍ୟୋତିଷଙ୍କ କହିବା ଅନୁସାରେ ରାକ୍ଷୀ ପୂର୍ଣ୍ଣିମାରେ ଏପରି ଶୁଭ ସଂଯୋଗ ୨୯ବର୍ଷ ପରେ ଆସିଛି।

ରାକ୍ଷୀ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ :

ରାକ୍ଷୀ ବାନ୍ଧିବାର ସମୟ ଭଦ୍ରା ହେବା ଅନୁଚିତ୍। କୁହାଯାଏ ଯେ ରାବଣଙ୍କ ଭଉଣୀ ତାଙ୍କୁ ଭଦ୍ରା କାଳରେ ରାକ୍ଷୀ ବାନ୍ଧିଥିଲେ ତେଣୁ ରାବଣଙ୍କ ବିନାଶ ହୋଇଥିଲା। ଅଗଷ୍ଟ ୩ତାରିଖରେ ସକାଳ ୯ଟା ବାଜି ୨୯ମିନିଟ୍ ଯାଏଁ ଭଦ୍ରା ରହିଛି। ରାକ୍ଷୀ ପୂର୍ଣ୍ଣିମା ସକାଳ ୯:୩୦ରୁ ଆରମ୍ଭ ହୋଇଯିବ। ଦ୍ବିପ୍ରହର ୧ଟା ୩୫ରୁ ସନ୍ଧ୍ୟା ୪ଟା ୩୫ମିନିଟ୍ ଯାଏଁ ଭଲ ସମୟ ରହିଛି। ଏହା ପରେ ସନ୍ଧ୍ୟା ୭ଟା ୩୦ରୁ ରାତି ୯.୩୦ଯାଏଁ ଭଲ ମୁହୂର୍ତ୍ତ ରହିଛି।

ରାକ୍ଷୀ ପୂର୍ଣ୍ଣିମାରେ ମହା ସଂଯୋଗ :

ରାକ୍ଷୀ ପୂର୍ଣ୍ଣିମାରେ ଉତ୍ତମ ଗ୍ରହ ନକ୍ଷତ୍ରର ସଂଯୋଗ ହେଉଛି। ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ ହେଉଛି। ଏହି ସଂଯୋଗରେ ସମସ୍ତ ମନସ୍କାମନା ପୂରଣ ହେବ। ଏହା ବ୍ୟତୀତ ଏହି ଦିନ ଆୟୁଷ୍ମାନ ଦୀର୍ଘାୟୁ ଯୋଗ ଅର୍ଥାତ୍ ଭାଇ-ଭଉଣୀ ଉଭୟଙ୍କ ଆୟୁ ଦୀର୍ଘ ହେବ। ଏହା ସହିତ ଅଗଷ୍ଟ ୩ତାରିଖରେ ଶ୍ରାବଣ ପୂର୍ଣ୍ଣିମା। ସୋମବାର ପୂର୍ଣ୍ଣିମା ପଡ଼ିବାର ସଂଯୋଗ ବହୁତ କମ୍ ଆସିଥାଏ।

ଏହା ବ୍ୟତୀତ ଅଗଷ୍ଟ ୩ତାରିଖରେ ଚନ୍ଦ୍ରଙ୍କ ଶ୍ରବଣ ନକ୍ଷତ୍ର। ମକର ରାଶିଙ୍କ ସ୍ବାମୀ ଶନି ଏବଂ ସୂର୍ଯ୍ୟ ପରସ୍ପର ସମସପ୍ତକ ଯୋଗ କରୁଛନ୍ତି। ଶନି ଏବଂ ସୂର୍ଯ୍ୟ ଦୁହେଁ ଆୟୁ ବଢ଼ାନ୍ତି। ଏପରି ସଂଯୋଗ ୨୯ବର୍ଷ ପରେ ଆସିଛି।

ଦୂରରେ ରହି କିପରି ପାଳିବେ ରାକ୍ଷୀ ପୂର୍ଣ୍ଣିମା :

ଏଥର କରୋନା ଭାଇରସ୍ ଯୋଗୁଁ ଅନେକ ଭାଇ-ଭଉଣୀ ରାକ୍ଷୀ ପୂର୍ଣ୍ଣିମାରେ ଦେଖା ହୋଇପାରିବେ ନାହିଁ। ଭାଇ-ଭଉଣୀ ଅଲଗା ରହି ମଧ୍ୟ ରାକ୍ଷୀ ପାଳନ କରିପାରିବେ। ଭଉଣୀ ଭିଡିଓ କଲ୍ କରି ଭାଇଙ୍କୁ ଦେଖି ଭଗବାନ କୃଷ୍ଣଙ୍କ ଫଟୋ ସାମନାରେ ରଖି ତାଙ୍କୁ ଭାଇ ମାନି ରାକ୍ଷୀ ଫଟୋ ପାଖରେ ରଖିଲେ ଏହାର ଫଳ ମିଳିଥାଏ।

ଭାଇ ଅନଲାଇନ୍ ଭିଡିଓ କଲରେ ଭଉଣୀକୁ ଆଶୀର୍ବାଦ ଦେବେ। ଭଉଣୀ ଭଗବାନ କୃଷ୍ଣଙ୍କ ସମ୍ମୁଖରେ ଭୋଜନରେ ଭୋଗ ଲଗାଇ ଭାଇଙ୍କୁ ଦେଖାଇବେ। ଏହି ଯୋଗରେ ସମସ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ଭଲ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.