Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା ପାଇଁ ‘ରକ୍ଷକ’ ପ୍ରଶିକ୍ଷଣ ଶିବିର ଆୟୋଜିତ, ସ୍ୱଚ୍ଛାସେବୀଙ୍କୁ ଦିଆଗଲା ଜରୁରୀକାଳୀନ ତାଲିମ

30/11/2021 at 4:34 PM

ରାଇରଙ୍ଗପୁର,୩୦/୧୧:  ଦିନକୁ ଦିନ ଦୁର୍ଘଟଣା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ଗତ ଦୁଇ ବର୍ଷରେ କରନା ମହାମାରୀ ଅପେକ୍ଷା ଦୁର୍ଘଟଣାରେ ଅଧିକ ଜୀବନ ଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କ ଜୀବନ କିପରି ବଞ୍ଚାଯାଇ ପାରିବ ସେ ସମ୍ବନ୍ଧରେ ଆଜି “ରକ୍ଷକ” ଏକ ପ୍ରଶିକ୍ଷଣ ଶିବିର ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା।

ଓଡିଶା ସରକାରଙ୍କ ପରିବହନ ବିଭାଗ ଓ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶାର ମିଳିତ ଉଦ୍ୟମରେ ଆୟଜିତ ଏହି ପ୍ରଶିକ୍ଷଣ ଶିବିରକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶ ଉଦ୍‌ଘାଟନ କରିଥିଲେ। ଦୁର୍ଘଟଣାର ପ୍ରଥମ ଘଣ୍ଟା ପିଡୀତଙ୍କ ପାଇଁ କେତେ ଜରୁରୀ ଓ ପୀଡିତଙ୍କୁ କିପରି ତତ୍କାଳ ପ୍ରାଥମିକ ଚିକତ୍ସା ପ୍ରଦାନ କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଜୀବନ ବଞ୍ଚାଯାଇ ପାରିବ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିନା କୌଣସି ଭୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଲୋକଙ୍କୁ ପୋଲିସ ହଇରାଣ କରିବା ପରିବର୍ତ୍ତେ ପୁରସ୍କୃତ କରିବା ନେଇ ଏଏସପି ମନୋରଞ୍ଜନ ବିଶ୍ୱାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ନୂଆଦିଲ୍ଲୀରୁ ଆସିଥିବା ମୁଖ୍ୟପ୍ରଶିକ୍ଷକ ଆଦିତ୍ୟ ଚୌଧୁରୀ ଉପସ୍ଥିତ ଜନ ସାଧାରଣଙ୍କୁ କେଉଁ ଉପାୟ କଲେ ଦୁର୍ଘଟଣାଗ୍ରସ୍ତଙ୍କ ଅମୂଲ୍ୟ ଜୀବନ ବଞ୍ଚିବ ସେ ଉପରେ ପ୍ରଶିକ୍ଷଣ ଦେଇଥିଲେ।  ୩୦ ସପ୍ତାହ ମଧ୍ୟରେ ୩୦ଟି ଜିଲ୍ଲାରେ ୩୦୦ ପ୍ରଶିକ୍ଷକଙ୍କ ଦ୍ଵାରା ୩୦୦୦ ସ୍ବେଛାସେବୀ ଗଠନ କରି ଏହି ସେବା ଉପଲବ୍ଧ କରାଇବା ଲକ୍ଷ ଥିବା ମୁଖ୍ୟ ପ୍ରଶିକ୍ଷକ ଆଦିତ୍ୟ ଚୌଧୁରୀ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଆଶୁତୋଷ ନାଏକ, ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଜିଲ୍ଲା ରେଡ଼କ୍ରସ ଅଧିକାରୀ ସ୍ମୃତି ରଂଜନ ପାଣିଙ୍କ ସହିତ ପ୍ରଶିକ୍ଷକମାନେ ଉପସ୍ଥିତ ଥିଲେ।

   Related Posts