ସଲମାନଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଲେ ରାଖୀଙ୍କ କ୍ୟାନ୍ସର ପୀଡିତା ମା'

Published By : Prameya-News7 Bureau | February 27, 2021 IST

ମୁମ୍ବାଇ ୨୭/୦୨:  ବିଗ୍ ବସ୍ ୧୪ର ପ୍ରତିଯୋଗୀ ରାଖି ସାୱନ୍ତଙ୍କ ମା କ୍ୟାନ୍ସର ରୋଗରେ ପିଡିତ । ସୋସିଆଲ ମିଡିଆରେ ଫଟୋ ସେୟାର କରି ରାଖି ତାଙ୍କ ମାଙ୍କ ଲାଗି ପ୍ରାର୍ଥନା କରିବାକୁ କହିଥିଲେ । ରାଖି ତାଙ୍କ ମାଙ୍କ ଚିକିତ୍ସା ପାଇଁ ସଲମାନ ଖାନଙ୍କୁ ସାହାଯ୍ୟ ମାଗିଥିଲେ । ଯେଉଁଥିପାଇଁ ରାଖି ଏବଂ ତାଙ୍କ ମା ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ହସପିଟାଲରୁ ରାଖି ତାଙ୍କ ମାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଥିବା ନଜର ଆସିଛି । ରାଖିଙ୍କ ମା ଭିଡିଓରେ କହିଛନ୍ତି, ‘ସଲମାନ ଜୀ ଥ୍ୟାଙ୍କ୍ୟୁ । ଏବେ ମୋର କେମୋଥେରାପି ଚାଲିଛି, ମୁଁ ଏବେ ହସପିଟାଲରେ । ମୋର ଚାରୋଟି ଥେରାପି ସରିଯାଇଛି, ଆଉ ଦୁଇଟି ବାକି ଅଛି । ଭଗବାନ ଆପଣଙ୍କୁ ବହୁତ ଆଗକୁ ନିଅନ୍ତୁ ଏବଂ ସବୁ ଇଛା ପୂର୍ଣ୍ଣ କରନ୍ତୁ । ‘

PunjabKesari

ନିକଟରେ ରାଖି ତାଙ୍କ ମା ଙ୍କର କିଛି ଫଟୋ ସୋସଆଲ ମିଡିଆରେ ସେୟାର କରିଥିଲେ । ଯାହାପରେ କିଛି ସେଲିବ୍ରେଟି ତାଙ୍କ ମାଙ୍କୁ ଦେଖିବା ଲାଗି ହସପିଟାଲରେ ପହଞ୍ଚିଥିଲେ । ହସପିଟାଲରେ ପହଞ୍ଚିଥିବା କଶ୍ମୀରା ଶାହ ଏବଂ ସମ୍ଭାବନା ସେଠଙ୍କୁ ଦେଖି ରାଖି ଇମୋସନାଲ ହୋଇଯାଇଥିଲେ । ସମ୍ଭାବନା କହିଥିଲେ ରାଖି ଏକ ଝିଅ ନୁହେଁ ବରଂ ପୁଅ ଭଳି ନିଜ ମାଙ୍କର ଧ୍ୟାନ ରଖୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.