ରାକ୍ଷୀ ସାୱନ୍ତ ଇଣ୍ଟରନେଟରେ ପୁଣି ହଟ୍ : ରାକ୍ଷୀଙ୍କୁ ଶୂନ୍ୟରେ ଟେକି ତଳେ କଚି ଦେଲେ ରେସଲର
13/11/2018 at 8:29 PM

ମୁମ୍ବାଇ;୧୩/୧୧- ରାକ୍ଷୀ ସାୱନ୍ତ ଇଣ୍ଟରନେଟରେ ପୁଣି ହଟ୍ ଟପିକ୍ ହୋଇ ଯାଇଛନ୍ତି । ତେବେ ଏଥର ଏକ ଭିନ୍ନ କାରଣ ପାଇଁ । ରେସଲିଙ୍ଗ ରିଙ୍ଗରେ ମହିଳା ରେସଲରଙ୍କୁ ଚାଲେଞ୍ଜ କରି ହଟହଟା ହୋଇଛନ୍ତି ରାକ୍ଷୀ । ମହିଳା ରେସଲର ରାକ୍ଷୀ ଏମିତି ଟେକି କଚି ଦେଇଥିଲେ ଯେ, ସେ ଅଚେତ ହୋଇ ପଡିଥିଲେ । ପଞ୍ଚକୁଲାରେ ଆୟୋଜିତ କଣ୍ଟିନେଣ୍ଟାଲ ରେସଲିଙ୍ଗ ଏଣ୍ଟରଟେନମେଣ୍ଟରେ ରାକ୍ଷୀ ଓହ୍ଲେଇଥିଲେ ରାକ୍ଷୀ ।
ଲାଲ ଡ୍ରେସ୍ ପିନ୍ଧି ଖୁବ ନାଚିଥିଲେ । ମହିଳା ରେସଲର୍ ଙ୍କୁ ଚିଡାଇବାକୁ ଚେଷ୍ଟା କରିଥିଲେ । ହେଲେ ମହିଳା ରେସଲର ଜଣକ ବେଶ ଶାନ୍ତ ହୋଇ ଅପେକ୍ଷା କରିଥିଲେ । ରେସଲିଙ୍ଗ ଆରମ୍ଭ ହେବା ମାତ୍ରେ ରାକ୍ଷୀଙ୍କୁ ଶୂନ୍ୟରେ ଟେକି ତଳେ କଚି ଦେଇଥିଲେ ।
ଏଥିରେ ରାକ୍ଷୀ ତଳେ ପଡି ଯାଇଥିଲେ, ଆଉ ଉଠି ପାରିନଥିଲେ । ଏମିତି ଘାଇଲା ହୋଇ ଯାଇଥିଲେ ଯେ, ରେସଲିଙ୍ଗ ରିଙ୍ଗରୁ ତାଙ୍କୁ ସିଧା ହସପିଟାଲ ନେବାକୁ ପଡିଥିଲା । ଏବେ ସେ ସୁସ୍ଥ ଅଛନ୍ତି । ତେବେ ରେସଲିଙ୍ଗର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହା ଉପରେ କମେଣ୍ଟ ପରେ କମେଣ୍ଟ ଆସିବାରେ ଲାଗିଛି । ରାକ୍ଷୀ ସାୱନ୍ତଙ୍କୁ ପୁଣି ଥରେ ଚର୍ଚ୍ଚାରେ ଆସିବାକୁ ମଉକା ମିଳିଯାଇଛି