ଦୁଃଖୀ ରାକ୍ଷୀ ସାୱନ୍ତ ସେୟାର କଲେ ଭିଡିଓ, ୟୁଜର୍ସ କହିଲେ "ସ୍ବାମୀ ଛାଡିଦେଲେ ନା ନିଜେ ଛାଡପତ୍ର ଦେଲ"?

Published By : Prameya-News7 Bureau | September 14, 2019 IST

ମୁମ୍ବାଇ୧୪|୯: ରାକ୍ଷୀ ସାୱନ୍ତ ଓ ବିବାଦର ବହୁତ ଗମ୍ଭୀର ସମ୍ପର୍କ ରହିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ରାକ୍ଷୀ ନିଜ ପୋଷ୍ଟ ଦ୍ବାରା ଅନେକ ଟ୍ରୋଲ ହୁ୍ଅନ୍ତି ଓ ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ଏବେ ରାକ୍ଷୀଙ୍କ ନୂଆ ପୋଷ୍ଟ ଯୋଗୁଁ ତାଙ୍କ ବିବାହ ନେଇ ପ୍ରଶ୍ନ ଉଠିଛି। ବୋଲ୍ଡ ରାକ୍ଷୀ ନିଜ ଆକାଉଣ୍ଟରେ ଅନେକ ଭିଡିଓ ପୋଷ୍ଟ କରନ୍ତି। ଅଧିକାଂଶ ଭିଡିଓରେ ରାକ୍ଷୀ ଦୁଃଖୀ ଦେଖାଯାଆନ୍ତି।

{"id":157592}

 ଏବେ ରାକ୍ଷୀ ନିଜର ଏକ ବ୍ଲାକ ଏଣ୍ଡ ହ୍ବାଇଟ ଭିଡିଓ ସେୟାର କରିଛନ୍ତି। ତାଙ୍କ ଭିଡିଓରେ ଅଭି ତୁମକୋ ମେରି ଜରୁରତ ନେହିଁ, ବହୁତ ଚାହେନେ ୱାଲେ ମିଲ ଯାଏଙ୍ଗେ ଗୀତ ବାଜୁଛି। ଭିଡିଓରେ ରାକ୍ଷୀ କାନ୍ଦିବାର ଦେଖାଯାଇଛନ୍ତି।  

{"id":157593}

ଏହା ସହ ଆଉ ୨-୩ଟି ଗୀତ ମଧ୍ୟ ଥିଲା ଓ ସେଥିରେ ରାକ୍ଷୀ ଦୁଃଖୀ ଅଭିନୟ କରିବାର ଦେଖାଯାଇଛି। ତାଙ୍କର ଏହି ଭିଡିଓ ଦେଖି ୟୁଜର୍ସ ସବୁଥର ଭଳି ଏଥର ମଧ୍ୟ ମଜେଦାର କମେଣ୍ଟ ଦେଇଛନ୍ତି। ୟୁଜର୍ସ କମେଣ୍ଟ ଦ୍ବାରା ପଚାରିଛନ୍ତି ଯେ, ସ୍ବାମୀ ରିତେଶଙ୍କ ସହ ତାଙ୍କର ଝଗଡା ହୋଇଛି ନା ସ୍ବାମୀ ଛାଡିଦେଇଛନ୍ତି।

{"id":157594}

କିଛି ତ ଏମିତି ଲେଖିଛନ୍ତି ଯେ, ପୁଣି ନୂଆ ଡ୍ରାମା ଆରମ୍ଭ କଲେ ରାକ୍ଷୀ। ବିବାହ ପରେ ସେ ଲଗାତାର ଦର୍ଶକଙ୍କ ଆଲୋଚନାର କାରଣ ହୋଇଛନ୍ତି। ଲୋକଙ୍କ ଚର୍ଚ୍ଚାର କାରଣ ହେବା ପାଇଁ ରାକ୍ଷୀ ସବୁବେଳେ କିଛି ନା କିଛି କରନ୍ତି। ଏଥିପାଇଁ କେବେ ସେ ବିବାଦର ଶିକାର ହୁଅନ୍ତି ତ କେବେ ଟ୍ରୋଲ ହୁଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.