Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଚୀନରେ ପହଞ୍ଚିଲେ ରାକ୍ଷୀ ସାୱନ୍ତ, କରୋନା ଭାଇରସକୁ କାଉଣ୍ଟର କରିବା ପାଇଁ କଲେ ଏମିତି…

4/02/2020 at 12:33 PM

ମୁମ୍ବାଇ୪|୨:ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ଅଭିନୟଠୁ ଅଧିକ ସେ ନିଜ କଣ୍ଟ୍ରୋଭର୍ସି ପାଇଁ ଚର୍ଚ୍ଚାରେ ରୁହନ୍ତି। ଏଥିପାଇଁ ସେ ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ। ବିବାହ ପରେ ସେ ଲଗାତାର ଦର୍ଶକଙ୍କ ଆଲୋଚନାର କାରଣ ହୋଇଛନ୍ତି।

ରାକ୍ଷୀ ଆଜିକାଲି ନିଜର ପ୍ରତ୍ୟେକ ଜିନିଷ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ନିଜ ମନର କଥା କୁହନ୍ତି। ଯେଉଁଥିରୁ ତାଙ୍କୁ ବରାବର ରେସ୍ପଣ୍ଡ ମଧ୍ୟ ମିଳେ। ନେଗେଟିଭ ହେଉ ବା ପଜିଟିଭ୍‌, କିନ୍ତୁ ଲୋକେ ତାଙ୍କ ଭିଡିଓରେ ରିପ୍ଲାଏ କରନ୍ତି। ନିକଟରେ ରାକ୍ଷୀ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିପାଇଁ ସେ ବହୁତ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ଭାଇରାଲ ହେଉଛି।

ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବରୁ ଚୀନରେ କରୋନା ଭାଇରସ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ହେଲେ ରାକ୍ଷୀଙ୍କୁ ଏହି ଭାଇରସ୍‌ଠୁ ଜମା ଭୟ ନାହିଁ। ଏବେ ରାକ୍ଷୀ ଚୀନରେ ପହଞ୍ଚି କୋରୋନା ଭାଇରସକୁ ଶେଷ କରିବା ପାଇଁ ଦାବି କରିଛନ୍ତି। ରାକ୍ଷୀ ନିଜେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି ଯେ, କୋରୋନା ଭାଇରସକୁ ଶେଷ କରିବା ପାଇଁ ସେ ଚୀନ ଯାଉଛନ୍ତି। ରାକ୍ଷୀଙ୍କର ଏହି ଭିଡିଓ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।

   Related Posts