ମହାରାଷ୍ଟ୍ରରେ ସରକାର ଗଠନ ହେବା ପରେ ଭାଇରାଲ ହେଲା ରାକ୍ଷୀ ସାଓ୍ବନ୍ତଙ୍କ ଭିଡିଓ: କହିଲେ ମୋଦି ଜୀ ଆସିଲେ ସବୁ କିଛି….

Published By : Prameya-News7 Bureau | November 23, 2019 IST

ମୁମ୍ବାଇ୨୩/୧୧: ସୋସିଆଲ ମିଡିଆରେ ସବୁଠୁ ଅଧିକ ଆକ୍ଟିଭ୍‌ ରହୁଥିବା ରାକ୍ଷୀ ସାଓ୍ବନ୍ତଙ୍କ ପୁଣି ଏକ ଭିଡିଓ ଭାଇରାଲ ହୋଇଛି। ଦେଶର ରାଜନୀତି ଓ ଅନ୍ୟ ଘଟଣା ସଂପର୍କରେ ରାକ୍ଷୀ ନିଜର ମତ ସୋସିଆଲ ମିଡିଆରେ ଜାହିର କରିଥାଆନ୍ତି। ଆଜି ମହାରାଷ୍ଟ୍ର ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମହାରାଷ୍ଟ୍ରର ରାଜଭବନରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ଓ ଏନସିପିର ଅଜିତ୍ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଏହି ସମୟରେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି ଯେ ଏନସିପି, ଶିବସେନା ଓ କଂଗ୍ରେସ ମଧ୍ୟରେ ଦ୍ବନ୍ଦ୍ବ ଚାଲିଛି। ସବୁ ଦଳ ମିଶି ସରକାର ଗଠନ  ନ କଲେ ମହାରାଷ୍ଟ୍ରରେ ସରକାର ଗଠନ କରିବା ପ୍ରକ୍ରିୟା ବିଳମ୍ବ ହେବ।

wp:core-embed/instagram {"url":"https://www.instagram.com/p/B5J4EdcnxHv/?utm_source=ig_web_options_share_sheet","type":"rich","providerNameSlug":"instagram","className":""}
https://www.instagram.com/p/B5J4EdcnxHv/?utm_source=ig_web_options_share_sheet
/wp:core-embed/instagram

ରାକ୍ଷୀ ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ କରି ଦିଅ। ଶିବସେନା ଓ ପାଓ୍ବାର ସାହେବଙ୍କ ମଧ୍ୟରେ ଲଢ଼ିବା ବନ୍ଦ କର। ଯଦି ମୋଦି ଜୀ ଆସିବେ ସବୁ ଶେଷ ହୋଇଯିବ ବୋଲି ରାକ୍ଷୀ କହିଛନ୍ତି । ଶୁକ୍ରବାରରେ ଏହି ଭିଡିଓକୁ ରାକ୍ଷୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ଶନିବାର ରାକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ତାଙ୍କ କଥା ମହାରାଷ୍ଟ୍ରରେ ଏକ ପ୍ରକାର ଠିକ୍‌ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.