ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କ ପରେ ଏବେ ଚର୍ଚ୍ଚାରେ ଅଛନ୍ତି ତାଙ୍କ ଝିଅ!
17/11/2019 at 11:11 AM

ମୁମ୍ବାଇ୧୭|୧୧: ବଲିଉଡର ଡ୍ରାମା କୁଇନ୍ରାକ୍ଷୀ ସାୱନ୍ତ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ଏମିତି ଅନେକ କମ ଦିନ ଥିବ ଯେବେ ରାକ୍ଷୀ ଚର୍ଚ୍ଚାରେ ରହିନଥିବେ। ବିବାହ ପରେ ସେ ଲଗାତାର ଦର୍ଶକଙ୍କ ଆଲୋଚନାର କାରଣ ହୋଇଛନ୍ତି। ରାକ୍ଷୀ ଆଜିକାଲି ନିଜର ପ୍ରତ୍ୟେକ ଜିନିଷ ସୋସିଆଲ ମିଡିଆରେ ରପୋଷ୍ଟ କରୁଛନ୍ତି। ନିକଟରେ ରାକ୍ଷୀ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିପାଇଁ ସେ ବହୁତ ଚର୍ଚ୍ଚାରେ ଅଛନ୍ତି। ଏଥର ରାକ୍ଷୀ ନିଜ ଝିଅ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ ଭିଡିଓର ପ୍ରକୃତ ଘଟଣା ବିଷୟରେ ଜାଣନ୍ତୁ।

ରାକ୍ଷୀ ଇନ୍ଷ୍ଟାଗ୍ରାମରେ ନିଜ ଝିଅର ଫଟୋ ଓ ଭିଡିଓ ସେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ନଭେମ୍ବର ମାସ ୧୩ ତାରିଖରେ ରାକ୍ଷୀ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓର କ୍ୟାପସନରେ ରାକ୍ଷୀ ଲେଖିଛନ୍ତି ଯେ, “ୟେ ମେରି ବେଟି ହୈ” । ଏହା ସହ ରାକ୍ଷୀ ଦର୍ଶକଙ୍କୁ ନିଜ ଝିଅକୁ ଆଶିର୍ବାଦ ଦେବାକୁ କହିଛନ୍ତି।

ରାକ୍ଷୀଙ୍କର ଏହି ଭିଡିଓରେ ଦର୍ଶକ ଖୁବ କମେଣ୍ଟ କରିଛନ୍ତି। କିଛି ୟୁଜର୍ସ ତାଙ୍କ ପ୍ରଶଂସା କରିଛନ୍ତି ତ କିଛି ପ୍ରତ୍ୟେକ ଥର ଭଳି ମଜା ଉଡାଇଛନ୍ତି। ପୁଣିଥରେ ଏହି ଭିଡିଓ ପାଇଁ ରାକ୍ଷୀ ଟ୍ରୋଲ ହୋଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି ଯେ, ଦୁନିଆର ସବୁଠୁ କ୍ୟୁଟ୍ ଛୁଆ। ଆଉ ଜଣେ ଲେଖିଛନ୍ତି ଯେ, ଏହି ମହିଳା ପାଗଳ ହୋଇଯାଇଛନ୍ତି ତଥା ରାକ୍ଷୀଙ୍କୁ ପାଗଳ ବୋଲି କହିଛନ୍ତି। କିଛି ୟୁଜର୍ସ କହିଛନ୍ତି ଯେ, ଭିଡିଓରେ ନଜର ଆସୁଥିବା ରାକ୍ଷୀଙ୍କ ଛୁଆ ନୁହେଁ ବରଂ ନିଜେ ରାକ୍ଷୀ। ପ୍ରକୃତରେ ରାକ୍ଷୀ ଏହି ଭିଡିଓରେ ବେବି ଫିଲ୍ଟର ଆପର ବ୍ୟବହାର କରିଛନ୍ତି। ଯେଉଁଥିପାଇଁ ସେ ନିଜେ ଛୋଟ ଛୁଆ ଭଳି ଦେଖାଯାଉଛନ୍ତି।

ବିବାଦୀୟ ଅଭିନେତ୍ରୀ ରାକ୍ଷୀ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ନିଜ ବିବାହ ପାଇଁ ସେ ସୋସିଆଲ ମିଡିଆରେ ଛାଇ ଯାଇଥିଲେ। ହେଲେ ଏଯାଏଁ ଦର୍ଶକ ଜାଣିପାରୁନାହାନ୍ତି ଯେ, ସତରେ ତାଙ୍କ ସ୍ବାମୀ ଅଛନ୍ତି ନା ନାହାନ୍ତି। କାରଣ ତାଙ୍କ ସ୍ବାମୀଙ୍କ ଫଟୋ କେହି ଦେଖିନାହାନ୍ତି। କିନ୍ତୁ ରାକ୍ଷୀଙ୍କ ଅନୁସାରେ ତାଙ୍କ ସ୍ବାମୀଙ୍କୁ ମିଡିଆ ସାମ୍ନାକୁ ଆସିବା ପସନ୍ଦ ନୁହେଁ। ସେଥିପାଇଁ ସେ ନିଜ ସ୍ବାମୀଙ୍କର କୌଣସି ଫଟୋ ସେୟାର କରିନାହାନ୍ତି।